୧୬ରୁ ଶ୍ରୀମନ୍ଦିର ମରାମତି ଆରମ୍ଭ !

ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି ପାଇଁ ଆପାତତଃ ଦିନ ଧାର୍ଯ୍ୟ କରିଛି ଏଏସ୍‌ଆଇ। ଏନେଇ ସୂଚନା ଦେଇଛନ୍ତି ଏଏସ୍‌ଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ।
ସେ କହିଛନ୍ତି ଯେ ଏକ ଧାର୍ଯ୍ୟ ସମୟ ମିଳିଲା ପରେ ଆସନ୍ତା ୧୬ ତାରିଖରୁ କାମ ଆରମ୍ଭ କରିବା ପାଇଁ ଆପାତତଃ ନିଷ୍ପତ୍ତି ହୋଇଛି। ରତ୍ନଭଣ୍ଡାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଯାଇଛି। କିନ୍ତୁ ନୀତି ସବ୍‌କମିଟିରୁ କିଛି ନିଷ୍ପତ୍ତି ଆସିନି। ନୀତି ସବ୍‌କମିଟିର ବୈଠକ ହେବ। ଆସନ୍ତାକାଲି କିମ୍ବା ମଙ୍ଗଳବାର ସେମାନଙ୍କର ବୈଠକ ବସିବାର ଅଛି। ସେହି ବୈଠକରେ ଆମ ପାଇଁ ଏକ ସମୟ ସେମାନେ ଦେବେ। ତା’ପରେ ଆମେ କାର୍ଯ୍ୟ ଆରମ୍ଭ କରିବୁ। ଆମେ ୧୬ ତାରିଖରୁ କାମ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛୁ । ଏଏସ୍‌ଆଇ ଅଧୀକ୍ଷକ ଶ୍ରୀ ଗଡ଼ନାୟକ କହିଛନ୍ତି ଯେ ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍‌ଆଇକୁ ପ୍ରତିଦିନ ସର୍ବନିମ୍ନ ୫ରୁ୬ ଘଣ୍ଟା ଆବଶ୍ୟକ। ପ୍ରତିଦିନ ୫ରୁ ୬ ଘଣ୍ଟା ମିଳିଲେ ଆମେ ଯେତେ ଶୀଘ୍ର ଏହାକୁ ଶେଷ କରିବାକୁ ଚେଷ୍ଟା କରିବୁ। ପ୍ରଥମେ ଭିତର ରତ୍ନଭଣ୍ଡାରର ମରାମତି କରାଯିବ। ପରେ ବାହାର ରତ୍ନଭଣ୍ଡାରର ମରାମତି କରାଯିବ। ଆବଶ୍ୟକ ସ୍ଥଳେ ପଥରଗୁଡ଼ିକୁ ବଦଳାଯିବ। ଡିପ୍ଲାଷ୍ଟର କଲା ପରେ କେତେ କାମ ଆବଶ୍ୟକ ଓ କ’ଣ କ’ଣ ଆବଶ୍ୟକ ହେବ, ତାହା ସ୍ପଷ୍ଟ ହେବ। ତେଣୁ ବର୍ତ୍ତମାନଠାରୁ କହି ହେବନି କେତେ ଦିନରେ କାମ ସରିବ।

ଗତ ସେପ୍ଟମ୍ବର ୨୧ ଓ ୨୨ ଦୁଇଦିନ ଧରି ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରତ୍ନଭଣ୍ଡାରର ଜିପିଆର ସର୍ଭେ ହୋଇଥିଲା। ଏଏସ୍‌ଆଇ ପକ୍ଷରୁ ଏହି ସଂସ୍ଥାକୁ ଜିପିଆର ସର୍ଭେ ଦାୟିତ୍ୱ ଦିଆଯାଇଥିଲା। ଦୁଇ ମାସ ପରେ ଗତ ନଭେମ୍ବର ମାସରେ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିଲା। ଏହି ରିପୋର୍ଟରେ ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି ଅଧିକ କୋଠରୀ ନଥିବା ସ୍ପଷ୍ଟ କରାଯାଇଥିଲା। ଏହା ପରେ ରତ୍ନଭଣ୍ଡାରର ମରାମତି କାମ ପାଇଁ ବାଟ ଖୋଲିଥିଲା।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ