କର୍ଣ୍ଣାଟକ:୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ କର୍ଣ୍ଣାଟକରେ ସୋସିଆଲ ମିଡିଆ ବ୍ୟାନ। ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଚଳିତ ବର୍ଷ ରାଜ୍ୟରେ ବଜେଟ ଆଗତ ବେଳେ ମୁଖ୍ୟମନ୍ତ୍ରୀ ଏହି ନିୟମ ଲାଗୁ କରିବା ନେଇ ଘୋଷଣା କରିଛନ୍ତି। ଦେଶରେ ପ୍ରଥମ ରାଜ୍ୟ ଭାବରେ କର୍ଣ୍ଣାଟକ ସରକାରଙ୍କ ପଦକ୍ଷେପ। ସୋସିଆଲ ମିଡିଆର ନକରାତ୍ମକ ପ୍ରଭାବରୁ ଶିଶୁଙ୍କୁ ଦୂରରେ ରଖିବାକୁ ଏହି ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ନିଆଯାଇଥିବା ନେଇ ସୂଚନାମିଳିଛି।
ଖରା ଦିନେ ପିଉଛନ୍ତି କି ଥଣ୍ଡା ପାଣି? ଦେଖା ଦେଇପାରେ ସାଂଘାତିକ ସାଇଡ ଇଫେକ୍ଟ
ଅସହ୍ୟ ତାତିରେ କଲବଲ ହେଉଛନ୍ତି ଲୋକେ। ସକାଳ ୮ଟା ବାଜିଲେ ବାହାରକୁ ବାହାରିବାକୁ ଭୟ ଲାଗୁଛି। ଜରୁରୀସ୍ଥଳେ ଲୋକେ ବାହାରକୁ ଗଲେ ଜୀବନ ବିକଳରେ ଘରମୁହାଁ ହେଉଛନ୍ତି। ଏପରିକି ଘରକୁ ଫେରି ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାକୁ ମନ ବଳାଇବା…


