
ଦେବଗଡ଼:ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଇଁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ସେବା ସପ୍ତାହ ପାଇଁ ବୃକ୍ଷରୋପଣ,ସ୍ବଚ୍ଛତା କାର୍ଯ୍ୟକ୍ରମ,ରକ୍ତଦାନ ଶିବିର,ଫଳ ବଣ୍ଟନ,ବିକଶିତ ସଂକଳ୍ପ ଯାତ୍ରା,ଆର୍ଶୀବାଦର ଦୀପ, ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା,ନମୋ ସେବା ଗାଥା,ରଙ୍ଗୋଲୀ ରାଷ୍ଟ୍ର,ଜନସେବା ମହାକୁମ୍ଭ ତଥା ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ବିଜେପି ଉପସଭାପତି ସତ୍ୟ ନାରାୟଣ ପାଣି,ସାଧାରଣ ସଂପାଦକ ସରୋଜ କୁମାର ପାଢୀ ଉପସ୍ଥିତ ଥିଲେ।








