୧୯ଟି ମାଛର ଦାମ ୩୩ ଲକ୍ଷ

ଭୋଗରାଇ : ମାଛ କରିଦେଲା ଲକ୍ଷପତି । ୧୯ଟି ମାଛର ଦାମ ୩୩ ଲକ୍ଷ । ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ । ଯାହାକୁ ଦେଖିବାକୁ ଦୀଘା ମୁହାଣରେ ପର୍ୟ୍ୟଟକଙ୍କ ଭିଡ଼ ଲାଗିଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇ ମାଛ ମାରନ୍ତି । ସେଥିମଧ୍ୟରୁ ନନୀ ଗୋପାଳ ଟ୍ରଲର ଜାଲରେ ୨୯ଟି ତେଲିଆ ଭୋଳା ମାଛ ଧରାପଡିଥିବା ବେଳେ ବିକ୍ରି ପାଇଁ ଦୀଘା ମୁହାଣ ନିଲାମ କେନ୍ଦ୍ରକୁ ନିଆଯାଇଥିଲା ।ପ୍ରତି ମାଛର ଓଜନ ୨୦ କିଲୋରୁ ଅଧିକ ହୋଇଥିବା ବେଳେ ସମୁଦାୟ ୨୯ଟି ମାଛ ୩୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏହି ମାଛରେ କ୍ରାକର ଔଷଧ ତିଆରି ଏବଂ ଅନ୍ୟାନ୍ୟ ଅଙ୍ଗ ବ୍ୟବହାର କରାଯାଏ । ଏହାସହିତ ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଏ । ସେଥିପାଇଁ ବଜାରରେ ଏହି ମାଛରେ ଚାହିଦା ଅଧିକ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ