ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ

ଭୁବନେଶ୍ୱର: ବର୍ଷେ ଅପେକ୍ଷା ପରେ ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ । ଗଣପର୍ବର ଆଜି ପହିଲି ରଜ । ପିଠା-ମିଠାର ବାସ୍ନାରେ ମହକୁଛି ଗାଁରୁ ସହର । ପାନ ଖିଲ ପାଟିରେ ମାରି, ଦୋଳି ଖେଳି ସମସ୍ତେ ରଜ ଉତ୍ସବ ପାଳୁଛନ୍ତି । ପିଠାପଣା, ନାଚ ଗୀତରେ ସମସ୍ତେ ମସଗୁଲ। ଉତ୍ସବ ମୁଖର ଗାଁଠୁ ସହର ।
ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର ସବୁ ଉତ୍ସବମୁଖର । ରଜ ୩ ଦିନ ପାଳନ ହୁଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଏ । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ପିଠାମିଠାର ଆସର ଜମିଛି । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ ବଡ଼ ଆକର୍ଷଣ । ସକାଳୁ ସକାଳୁ ଝିଅମାନେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ପିଠା, ମିଠା ଖାଇ ରଜ ଉତ୍ସବକୁ ପାଳନ କରିଛନ୍ତି । ପାଦରେ ଅଳତାକୁ ହାତରେ ମେହେନ୍ଦି ଲଗାଇ ସଜେଇ ଝିଆମାନେ ହୋଇଛନ୍ତି । ପାନକୁ ବା କିଏ ଭୁଲିବ । ରଜ ପର୍ବରେ ମିଠା ପାନର ପସରା ସବୁଛି ମେଳିଛି । ଭଳିକି ଭଳି ମିଠା ମସଲା ଯୁକ୍ତ ପାନ ରଜ ପର୍ବକୁ ଆହୁରି ଆକର୍ଷିତ କରିଛି । ରାଜଧାନୀ ଭୁବନେଶ୍ୱରରେ ଏହି ୩ଦିନିଆ ରଜ ପର୍ବ ବଡ଼ ଧୁମ୍‌ଧାମ୍‌ରେ ପାଳନ ହୋଇଛି । ଏଥିପାଇଁ ଚାରିଆଡ଼ ଉତ୍ସବମୁଖର । ସରକାରୀ, ବେସରକାରୀ ଅନୁଷ୍ଠାନ ରଜ ପର୍ବକୁ ଅଧିକରୁ ଅଧିକ ଆକର୍ଷଣୀୟ କରିଛି ।

ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାଆକୁ ବିଶ୍ରାମ ଦିଆଯାଏ । ଯେଉଁଥିପାଇଁ ଭୂଖନନ ବାରଣ କରାଯାଏ । ଆଷାଢର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ । ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଏହି ତିନି ଦିନ ମାଟି ମା ରଜସ୍ୱଳା ହୋଇଥିବାରୁ ଧରଣୀ ମାଆକୁ କଷ୍ଟ ନ ଦେଇ ଭୂମିକୁ ବିଶ୍ରାମ ଦିଆଯିବାର ପରମ୍ପରା ରହିଛି । କୁମାରୀମାନେ ରଜ ପର୍ବର ମଉଜ ଭିତରେ ଜଣେ ନାରୀର, ଆଚାର ସଂହିତାକୁ ପାଳିଥାନ୍ତି । ଏହି ବିଧି ସେମାନଙ୍କ ଜୀବନର ପ୍ରତିଟି ପାହାଚରେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ତୁଲାଇବାରେ ସହାୟକ ହୋଇଥାଏ ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ