୨୦୨୭ ସୁଦ୍ଧା କାର୍ଯ୍ୟକାରୀ ହେବ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ

ଭୁବନେଶ୍ବର: ୨୦୨୭ ସୁଦ୍ଧା କାର୍ଯ୍ୟକାରୀ ହେବ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ ବା ଟିଏଫଏଲ । ପ୍ରକଳ୍ପ କାର୍ଯ୍ୟକାରିତାରେ ଆବଶ୍ୟକ ହେଉଥିବା ୨୨୦ କେଭି ଲାଇନ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ଆଗାମୀ ଡିସେମ୍ବର ସୁଦ୍ଧା ସରିବ । ଏଥିପାଇଁ ଓପିଟିସିଏଲ ତରଫରୁ ସୂଚନା ମିଳିଛି । ସେହିଭଳି ୩୩ କେଭି ଲାଇନ ଯିବା ପାଇଁ ରେଲଓ୍ୱେ ସାଇଡିଂ କାର୍ଯ୍ୟ କରାଯିବା ନେଇ ନିଆଯାଇଛି ପଦକ୍ଷେପ । ଟିଏଫଏଲ କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ ବା ଟିଏଫଏଲ କାର୍ଯ୍ୟକାରୀ ନେଇ ସମୀକ୍ଷା ବୈଠକ । ବୈଠକରେ ଟିଏଫଏଲ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ରହୁଥିବା ଆନୁଷଙ୍ଗିକ ସମସ୍ୟା ଓ ସେସବୁର ତ୍ୱରିତ ସମାଧାନ ନେଇ ଆଲୋଚନା ହୋଇଛି । ଏହି ପ୍ରକଳ୍ପ ଡିସେମ୍ବର ୨୦୨୭ ସୁଦ୍ଧା କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି । ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିୟମିତ ସମୀକ୍ଷା କରାଯାଉଥିବା ‘ପ୍ରଗତି’ ପ୍ଲାଟଫର୍ମରେ ସ୍ଥାନ ପାଇଛି । ଅନୁଷ୍ଠିତ ବୈଠକରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଆବଶ୍ୟକ ହେଉଥିବା ୨୨୦ କେଭି ଲାଇନ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ଆଗାମୀ ଡିସେମ୍ବର ସୁଦ୍ଧା ଯୋଗାଇ ଦେବା ପାଇଁ ଓପିଟିସିଏଲ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । ସେହିଭଳି ୩୩ କେଭି ଲାଇନ ଯିବା ପାଇଁ ରେଲଓ୍ୱେ ସାଇଡିଂ କାର୍ଯ୍ୟ କରାଯିବା ନେଇ ପଦକ୍ଷେପ ନିଆଯାଇଛି । ଜବରଦଖଲ ଉଚ୍ଛେଦ କାର୍ଯ୍ୟ, ଧାର୍ଯ୍ୟ ଅନୁସାରେ ବିସ୍ଥାପନ କ୍ଷତିପୂରଣ ଆଦି ସଂପର୍କରେ ବୈଠକରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଛି ।

ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ ହେଉଛି ଏକ ସଂଯୁକ୍ତ ଉଦ୍ୟମ କମ୍ପାନୀ । ଯାହା ପ୍ରମୁଖ ସରକାରୀ ଉଦ୍ୟୋଗ ସମୂହ, କୋଲ ଇଣ୍ଡିଆ ଲିମିଟେଡ, ଗେଲ ଇଣ୍ଡିଆ ଲିମିଟେଡ, ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଓ ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ଦ୍ୱାରା ଗଠିତ ହୋଇଛି । ଓଡ଼ିଶାର ତାଳଚେରରେ ଅବସ୍ଥିତ ଏହି ଟିଏଫଏଲର ମୂଳ ଧାରଣା ହେଉଛି ଦେଶୀୟ କୋଇଲା ସମ୍ପଦକୁ ବ୍ୟବହାର କରି କୋଲ ଗ୍ୟାସିଫିକେସନ ପ୍ରକ୍ରିୟା ମାଧ୍ୟମରେ ୟୁରିଆ ଉତ୍ପାଦନ କରିବା । ଏହି ପ୍ଲାଣ୍ଟର ବିଶେଷତା ହେଉଛି ଏହା ଆମଦାନୀକୃତ ଗ୍ୟାସ ଉପରେ ନିର୍ଭର ନକରି ସ୍ଥାନୀୟ କୋଇଲାକୁ ବ୍ୟବହାର କରିବାକୁ ଲକ୍ଷ୍ୟ କରିଛି ।

ଭାରତର ସ୍ୱୟଂନିର୍ଭରତା ନୀତି ସହ ସମନ୍ୱୟ ରଖି ଫର୍ଟିଲାଇଜର ଆମଦାନି ଉପରେ ନିର୍ଭରତା କମେଇବା ସହିତ ଦେଶୀୟ କୋଇଲା ସମ୍ପଦର ସଦ ବ୍ୟବହାରକୁ ଉତ୍ସାହିତ କରେ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଓପିଟିସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା, ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅତିରିକ୍ତ ରେଲଓ୍ୱେ ମଣ୍ଡଳ ପ୍ରବନ୍ଧକ, ଖୋର୍ଦ୍ଧା, ପୂର୍ବତଟ ରେଳପଥ ପ୍ରମୁଖ ଯୋଗ ଦେଇଛନ୍ତି । ଅନୁଗୁଳ ଜିଲ୍ଲାପାଳ, ଅନୁଗୁଳ ଏସପି, ଅନୁଗୁଳ ଡିଏଫଓ ପ୍ରମୁଖ ଭିସି ଜରିଆରେ ବୈଠକରେ ଯୋଗ ଦେଇଛନ୍ତି ।

  • Related Posts

    ରାଜ୍ୟ ଯୋଜନା ବୋର୍ଡ ହେଲା ‘ସିଟି-ଓଡ଼ିଶା’

    ଭୁବନେଶ୍ୱର: ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନିତି ଓ ବିକାଶ’ର ଥିଙ୍କଟ୍ୟାଙ୍କ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା…

    Continue reading
    ପୁଣି ଏକ ହାତୀ ମୃତ

    କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ