୨୫ ବର୍ଷ ପର୍ୟ୍ୟନ୍ତ ବିଜେପି ଓଡ଼ିଶାରେ ରାଜ କରିବ:ବିଜୟ ପାଲ ସିଂ

ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟ ରାଜନୀତିରେ କଥା କଟାକଟି ଚାଲିଛି । ବିଜେଡି କହୁଛି ବିଜେପିରୁ କିଛି ବିଧାୟକ ଏବଂ ସାଂସଦ ଆମ ସମ୍ପର୍କରେ ଅଛନ୍ତି । ଆମେ କଂଗ୍ରେସ ସହିତ ମେଣ୍ଟ କରି ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ । ବିଜେପି କହୁଛି ବିଜେଡି ଭାଙ୍ଗିଯିବ । ଦଳରେ କେହି ରହିବେ ନାହିଁ । ତେବେ ଏସବୁ ଭିତରେ  ରାଜ୍ୟ ବିଜେପି ପ୍ରଭାରୀ ବଡ଼ ବୟାନ ଦେଇଛନ୍ତି ।
ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି,” ଆମେ ଭାଙ୍ଗୁନୁ ଆପେ ଆପେ ଭାଙ୍ଗୁଛି ବିଜେଡ଼ି । ଦଳ ବଞ୍ଚେଇବା ପାଇଁ ଏମିତି କହୁଛନ୍ତି ବିଜେଡ଼ି ନେତା । ଆମେ ସଂଖ୍ୟା ଗରିଷ୍ଠତାରେ ଅଛୁ ,କଂଗ୍ରେସ ସହ ମିଶି କଣ କରିବେ ବିଜେଡି ନେତା । ଆମେ ଭାଙ୍ଗୁନୁ ଆପେ ଆପେ ଭାଙ୍ଗୁଛି ବିଜେଡ଼ି । ୨୫ ବର୍ଷ ବିଜେପି ଏଠାରେ ରାଜ କରିବ । ଯାହା ବିଜେଡ଼ି ୨୫ ବର୍ଷରେ କରିପାରିଲା ନାହିଁ ତାହା ବିଜେପି ସରକାର ୩ ମାସରେ କରିକି ଦେଖାଇଲା । ୩୧୦୦ ଟଙ୍କା ଧାନର ମୂଲ୍ୟ ମିଳିଲା, ଯାହାର ଦର ୨୩୦୦ ଟଙ୍କା ଦର ।’
“ରତ୍ନ ଭଣ୍ଡାର ଚାବି ହଜେଇ ଦେଇଥିଲେ ଏହାକୁ ଖୋଲାଗଲା, ଏହା କ’ଣ କାମ ନୁହେଁ । ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ସାହାଯ୍ୟ ଏହା କ’ଣ କାମ ନୁହେଁ । ଯାହା ଆମେ ପ୍ରତିଶ୍ରୁତି ଦେଇଥିଲୁ ୩ ମାସରେ ପୂରଣ କରିଛୁ । ବିଜେଡି ଧୋକା ଦେଉଥିଲା । କେନ୍ଦ୍ର ବିଜେପି ସରକାର କାମକୁ ନିଜ ନାମରେ କରୁଥିଲେ । ତାହା ଲୋକ ବୁଝିଲେ ଏଥିପାଇଁ ସେମାନେ କ୍ଷମତାରୁ ଗଲେ । ବିଜେଡି କାର୍ୟ୍ୟକର୍ତ୍ତା ପଳେଇ ନଯିବେ ସେଥିପାଇଁ ଏମିତି କହିଛନ୍ତି । ସାଂସଦ ଓ ବିଧାୟକ ଦଳ ଛାଡ଼ୁଛନ୍ତି ତେଣୁୁ ଏପରି କହିଛି ବିଜେଡ଼ି । ଆମେ ସଂଖ୍ୟା ଗରିଷ୍ଠତାରେ ଅଛୁ । କଂଗ୍ରେସ ସହିତ ମିଶି କ’ଣ କରିବେ ? ସେ ତାଙ୍କ ଦଳକୁ ବଞ୍ଚେଇବା ପାଇଁ ଏମିତି କହୁଛନ୍ତି । ଆମେ ଭାଙ୍ଗୁନୁ ଆପେ ଆପେ ବିଜେଡ଼ି ଭାଙ୍ଗୁଛି । ୨୫ ବର୍ଷ ପର୍ୟ୍ୟନ୍ତ ବିଜେପି ଏଠାରେ ରାଜ କରିବ ।”

  • Related Posts

     ଆସନ୍ତା କାଲି ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ଅନୁଷ୍ଠିତ ହେବ

    ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅତ୍ୟନ୍ତ ଗୌରବମୟ ଦିନ: ଶ୍ରୀ ମନମୋହନ ସାମଲ ଭୂବନେଶ୍ୱର, ତା.୦୬/୧୦: ସରକାରଙ୍କ ମୁଖ୍ୟ ଭାବରେ ନିରବଚ୍ଛିନ୍ନ ୨୫ ବର୍ଷର ଗୌରବମୟ ନେତୃତ୍ୱ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ…

    Continue reading
    ଅସ୍ତିତ୍ୱ ହରାଇ ବିଜେଡି ଏବେ ‘ନିର୍ମୂଳୀ ଲତା’ସଦୃଶ

     ଇଣ୍ଡି ମେଂଟ ଓ କଂଗ୍ରେସର ନୈତିକତାର ବଡ଼ ବଡ଼ କଥା କେବଳ ରାଜନୈତିକ ଡ୍ରାମାବାଜି  ବିଜେଡି ଓ ‘ଇଣ୍ଡି’ ମେଂଟର ମଧୁଚନ୍ଦ୍ରିକା ବହୁ ପୁରୁଣା  ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଏବେ ବିଭିନ୍ନ ସାହାରା ଖୋଜୁଛି ବିଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ