୨୮ରୁ ୩୦ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ : ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ପକ୍ଷରୁ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ଡାକରାରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ) ଓ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ସାମିଲ ହୋଇଛନ୍ତି। ଏହି ଧର୍ମଘଟ ଯୋଗୁଁ ସେପ୍ଟେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କ୍ରମାଗତ ୫ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। କାରଣ ସେପ୍ଟେମ୍ବର ୨୬ ହେଉଛି ୪ର୍ଥ ଶେଷ ଶନିବାର ଓ ୨୭ ହେଉଛି ରବିବାର। ଏହି ସାପ୍ତାହିକ ଛୁଟି ପରେ ସେପ୍ଟେମ୍ବର ୨୮, ୨୯ ଓ ୩୦ (ସୋମ, ମଙ୍ଗଳ ଓ ବୁଧବାର) ଧର୍ମଘଟ ଡାକରା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଫଳରେ ବ୍ୟାଙ୍କ ସେବା କ୍ରମାଗତ ୫ଦିନ ଧରି ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବ୍ୟାଙ୍କଗୁଡ଼ିକରେ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ବ୍ୟବସ୍ଥା ଲାଗୁ କରିବା। ଖାଲି ପଡ଼ିଥିବା ପଦଗୁଡ଼ିକରେ ନୂତନ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ପୂରଣ କରିବା ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୧୧ରୁ ୧୫ କ୍ରମାଗତ ୫ଦିନ ବ୍ୟାଙ୍କ ବନ୍ଦ ରହିଥିଲା। ଏହି ଧର୍ମଘଟ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସମେତ ପ୍ରମୁଖ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକଙ୍କୁ ସେପ୍ଟେମ୍ବର ୨୮ ପୂର୍ବରୁ ନିଜର ଆବଶ୍ୟକୀୟ କାମ ଯଥା: ଟଙ୍କା ଜମା/ଉଠାଣ, ଚେକ୍ କ୍ଲିୟରାନ୍ସ, ଡକ୍ୟୁମେଣ୍ଟେସନ୍ ସାରିବାକୁ ପରାମର୍ଶ ଦେଇଛି। ବ୍ୟାଙ୍କ ଶାଖାରେ କାମ ପ୍ରଭାବିତ ହେବ, କିନ୍ତୁ ୟୁପିଆଇ, ଇଣ୍ଟରନେଟ୍ ବ୍ୟାଙ୍କିଂ, ୟୋନୋ ଆପ୍, ଏଟିଏମ୍‌ ଏବଂ ସିଏସପି ପୂର୍ବପରି କାର୍ଯ୍ୟକ୍ଷମ ରହିବ। ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସଚିବ ବ୍ୟାଙ୍କ ମୁଖ୍ୟମାନଙ୍କ ସହ ଜରୁରୀ ବୈଠକ ଡକାଇଛନ୍ତି। ୟୁନିଅନ୍ ଚେତାବନୀ ଦେଇଛି ଯେ ଦାବି ପୂରଣ ନହେଲେ ଅକ୍ଟୋବର ୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରାଯିବ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ