୨୯ରୁ ସଂସଦରେ ଅପରେସନ ସିନ୍ଦୂର ବିତର୍କ

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ କରିଥିବା ଅପରେସନ ସିନ୍ଦୂରକୁ ନେଇ ସଂସଦରେ ହେବ ବିତର୍କ। ବିରୋଧୀ ଅପରେସନ ସିନ୍ଦୂର ଉପରେ ବିତର୍କ କରିବାକୁ ଦାବି କରି ଆସୁଥିଲେ। ଏବେ ଜୁଲାଇ ୨୯ରୁ ସଂସଦରେ ଏହା ଉପରେ ବିତର୍କ ହେବ। ଲୋକସଭାରେ ଏହି ପ୍ରସଙ୍ଗରେ ବିତର୍କ ପାଇଁ ୧୬ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟସଭାରେ ମଧ୍ୟ ୧୬ ଘଣ୍ଟା ଧରି ଅପରେସନ ସିନ୍ଦୂର ଉପରେ ଜୋରଦାର ଆଲୋଚନା ହେବ।

ଅପରେସନ ସିନ୍ଦୂର ଓ ପହଲଗାମ ନରସଂହାର ଉପରେ ବିରୋଧୀ ସରକାରଙ୍କ ଠାରୁ ଜବାବ ମାଗୁଛନ୍ତି। ବିତର୍କ ବେଳେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ଜବାବ ରଖିବେ।ଲୋକସଭାରେ ଆସନ୍ତା ସୋମବାର ଠାରୁ ଅପରେସନ ସିନ୍ଦୂର ଉପରେ ବିତର୍କ ଆରମ୍ଭ ହେବ। ରାଜ୍ୟସଭାରେ ମଙ୍ଗଳବାର ଠାରୁ ସଦସ୍ୟମାନେ ବିତର୍କ କରିବେ। ସରକାର ବିତର୍କ ପାଇଁ ସମୟ ଧାର୍ଯ୍ୟ କରିଥିଲେ ହେଁ ବିରୋଧୀ ନିଜ ଜିଦରେ ଅଟଳ ରହିଛନ୍ତି। ସେମାନେ ଆସନ୍ତାକାଲି ଠାରୁ ହିଁ ବିତର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଗସ୍ତରେ ଆଜି ଠାରୁ ଯାଇଥିବାରୁ ସରକାର ବିରୋଧୀଙ୍କ ଜିଦକୁ ଟାଳି ଦେଇଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୫ ଥର ସେ ହିଁ ଭାରତ-ପାକିସ୍ତାନକୁ ଯୁଦ୍ଧ ବିରତି ପାଇଁ ରାଜି କରାଇଥିବା ଦାବି କରି ଚାଲିଛନ୍ତି। ବିରୋଧୀ ଏହି ବୟାନକୁ ଆଧାର କରି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଚାହୁଁଛନ୍ତି। ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଆରମ୍ଭ ହୋଇଛି।

ପ୍ରଥମ ଦିନରୁ ଅପରେସନ ସିନ୍ଦୂରକୁ ନେଇ ବିତର୍କ ଦାବି କରି ଚାଲିଛନ୍ତି ବିରୋଧୀ। ଏଥିଯୋଗୁ ଗୃହ କାର୍ଯ୍ୟ ମଧ୍ୟ ଠିକ ଭାବେ ଚାଲି ପାରୁନାହିଁ। ଗୃହ ବାରମ୍ବାର ମୁଲତବୀ ହେବାରେ ଲାଗିଛନ୍ତି। ଅପରେସନ ସିନ୍ଦୂର ବ୍ୟତୀତ ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନକୁ ମଧ୍ୟ ବିରୋଧୀ ବିରୋଧ କରୁଛନ୍ତି।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ