+୨ ପରୀକ୍ଷା: ବଢ଼ିଲା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଅନଲାଇନ୍ ଫର୍ମ ଫିଲ୍‌ଅପ୍ ଅବଧି

ଭୁବନେଶ୍ବର: ଓଡ଼ିଶା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ବାର୍ଷିକ ଯୁକ୍ତ ଦୁଇ (+2) 2027 ପରୀକ୍ଷା ପାଇଁ ଏକ୍ସ-ରେଗୁଲାର (Ex-Regula) ପରୀକ୍ଷାର୍ଥୀଙ୍କ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖକୁ ବୃଦ୍ଧି କରିଛି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ସମେତ ପତ୍ରବିନିମୟ ପାଠ୍ୟକ୍ରମ (Correspondence Course)ର ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ଅକ୍ଟୋବର 9ରୁ 12 ତାରିଖ ମଧ୍ୟରେ ବିନା ଜରିମନା (Fine)ରେ ଫର୍ମ ଫିଲ୍‌ଅପ୍‌ କରିପାରିବେ । ଏନେଇ CHSE ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।
CHSE ବିଜ୍ଞପ୍ତି ଅନୁସାରେ, ଆଗାମୀ କଲେଜ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ପକ୍ଷରୁ ଫର୍ମ ଫିଲଅପ୍ ସମୟସୀମା ବଢ଼ାଇବାକୁ ଅନୁରୋଧ ଆସିଥିଲା । ଏହି ଅନୁରୋଧ ଗୁଡ଼ିକୁ ବିଚାର କରି CHSE ଶେଷ ତାରିଖ ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ଫଳରେ 2027 ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ 9 ଅକ୍ଟୋବରରୁ 12 ଅକ୍ଟୋବର ମଧ୍ୟରେ କୌଣସି ଫାଇନ୍ ନଦେଇ ଫର୍ମ ପୂରଣ କରିପାରିବେ ।ତେବେ ଫର୍ମ ଫିଲଅପ୍ ସମ୍ପର୍କିତ ଅନ୍ୟ ସମସ୍ତ ନିୟମ ଓ ପୂର୍ବରୁ ଜାରି ହୋଇଥିବା ସୂଚୀ ଅପରିବର୍ତ୍ତିତ ରହିବ ବୋଲି CHSE ସ୍ପଷ୍ଟ କରିଛି । ତେଣୁ ଫର୍ମ ଫିଲଅପ୍‌ରୁ ବଞ୍ଚିତ ହୋଇଥିବା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ । ପୂର୍ବରୁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ଫିଲ୍‌ଅପ୍‌ ଅକ୍ଟୋବର 1ରୁ ଆରମ୍ଭ ହୋଇ 9 ତାରିଖ ପର୍ଯ୍ୟନ୍ତ ବିନା ଫାଇନ୍‌ରେ ଧାର୍ଯ୍ୟ କରାଯାଇଥିଲା ।

ଆଜିଠାରୁ 12 ତାରିଖ ମଧ୍ୟରେ ବିନା ଫାଇନ୍‌ରେ ଫର୍ମ ଫିଲଅପ କରାଯିବ (ଅକ୍ଟୋବର 15 ତାରିଖ ମଧ୍ୟରେ ଫି’ ଦାଖଲ ) । ନଭେମ୍ବର 17ରୁ 19 ତାରିଖ 200 ଟଙ୍କା ଫାଇନ (ନଭେମ୍ବର 18ରୁ 21 ତାରିଖ ମଧ୍ୟରେ ଫି’ ଦାଖଲ) । ନଭେମ୍ବର 23ରୁ 26 ତାରିଖ 600 ଟଙ୍କା ଫାଇନ (ନଭେମ୍ବର 26ରୁ 27 ତାରିଖ ମଧ୍ୟରେ ଫି’ ଦାଖଲ) ।
ଅନ୍ୟପଟେ 2024 କିମ୍ବା ତାହା ପୂର୍ବରୁ CHSEରେ ପଞ୍ଜୀକୃତ ହୋଇଥିବା ଓ ପୂର୍ବ ପରୀକ୍ଷାରେ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀ ଏକ୍ସ-ରେଗୁଲାର ଭାବେ ଫର୍ମ ଫିଲ୍‌ଅପ୍‌ କରିବେ । ପୂର୍ବରୁ ପରୀକ୍ଷା ଦେବାକୁ ଯୋଗ୍ୟ ଥାଇ ଫର୍ମ ଫିଲ୍‌ଅପ୍‌ କରିନଥିବା ପ୍ରାର୍ଥୀମାନେ ମଧ୍ୟ ନିୟମ ଅନୁସାରେ ଏକ୍ସ-ରେଗୁଲାର ଭାବେ ଫର୍ମ ଫିଲ୍ଅ‌ପ୍‌ କରିପାରିବେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ