ଭୁବନେଶ୍ୱର: ଅଦିନିଆ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ବର୍ଷା ପାଣିରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ ଏବେ ବିଲରେ ଭାସୁଛି । ତେବେ ଆସନ୍ତା ୩ ଦିନ ଭିତରେ ବର୍ଷା କ୍ଷୟକ୍ଷତି ଆକଳନ ଶେଷ ହେବ । ଏନେଇ ସୋମବାର ସୂଚନା ଦେଇଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ୩ରୁ ୪ ଦିନ ଭିତରେ କ୍ଷୟକ୍ଷତି ଆକଳନ ଶେଷ କରିବା ପରେ ୫ମ ଦିନରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ପୂର୍ଣ୍ଣ ନଷ୍ଟ ହୋଇନଥିବା ଧାନ ବିକ୍ରି ଲାଗି ବ୍ୟବସ୍ଥା କରାଯିବ । ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି । ବନ୍ୟା, ବାତ୍ୟା ଆସିବ । କ୍ଷତି ରାଜ୍ୟ ସରକାର ଭରଣା କରିବେ । ଯେଉଁମାନେ ଫସଲ ବୀମା କରିଥିବେ ସେମାନେ ବି ସହାୟତା ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।
ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…








