୩୦ କୋଟିର ମାରିଜୁଆନା ଜବତ

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ମାରିଜୁଆନା (ଇଡ୍ରୋଫନିକ ଉଇଡ) ଜବତ କରାଯାଇଛି। ବ୍ୟାଙ୍କକ୍‌ରୁ ବିମାନବନ୍ଦର ଦେଇ ଚାଲାଣ ହେଉଥିବାବେଳେ କଷ୍ଟମ (ସୀମାଶୁଳ୍କ) ବିଭାଗ ଓ ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ(ଡିଆର୍‌ଆଇ) ଏହାକୁ ଜବତ କରିଛି। ଏହି ମାରିଜୁଆନା ଚୋରା ଚାଲାଣରେ ସମ୍ପୃକ୍ତି ଥିବା‌ ଅଭିଯୋଗରେ ୩ ଜଣଙ୍କୁ କାବୁ କରାଯାଇଛି। ସେମାନେ ହେଲେ ମହମ୍ମଦ ଜାନ୍, ମୋହିତ ଓ ବମତି। ଘର ଉତ୍ତରପ୍ରଦେଶ ଆଗ୍ରାର ଫତେପୁର ସିକ୍ରି ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ପ୍ରାୟ ୩୦ କିଲୋ ମାରିଜୁଆନା ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ସୀମାଶୁଳ୍କ ବିଭାଗ।ତଥ୍ୟ ଅନୁଯାୟୀ, ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରୁ ଏହି ନିଶାଦ୍ରବ୍ୟକୁ ନେଇ ୩ ଯୁବକ ଏକ ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇଥିଲେ। ସେମାନେ ଦିଲ୍ଲୀ ଯିବା ଲାଗି ଅପେକ୍ଷା କରିଥିଲେ। କିନ୍ତୁ ୩ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ସୀମାଶୁଳ୍କ ଓ ଡିଆର୍‌ଆଇର ସନ୍ଦେହ ହୋଇଥିଲା। ସେମାନଙ୍କ ୩ଟି ବ୍ୟାଗ୍‌କୁ ଯାଞ୍ଚ ପରେ ସେଥିରୁ ମାରିଜୁଆନା ବାହାରି ଥିଲା। ପରେ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଆସନ୍ତାକାଲି ଗିରଫ କରାଯାଇ ଅଦାଲତରେ ହାଜର ସହ ରିମାଣ୍ଡରେ ଅଣାଯିବ ବୋଲି ସୀମାଶୁଳ୍କ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଉକ୍ତ ନିଶା ଜର୍ମାନୀରୁ ଉତ୍ପାଦିତ କରାଯାଇଥାଏ। ଜର୍ମାନୀରୁ ବ୍ୟାଙ୍କକ୍‌ ଭାୟା ଓଡ଼ିଶା ଦେଇ ଦିଲ୍ଲୀକୁ ମାରିଜୁଆନା ଚୋରାଚାଲାଣ କରାଯାଉଥିଲା। ଏହାର ବଜାର ମୂଲ୍ୟ କିଲୋ ପିଛା ୧ କୋଟି ଟଙ୍କା। ୩ ଅଭିଯୁକ୍ତ ପୂର୍ବରୁ କେତେଥର ବ୍ୟାଙ୍କକ୍ ଯାଇ ମାରିଜୁଆନା ଆଣିଛନ୍ତି, ସେନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରୁଛି।

  • Related Posts

    ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

    ମାଲକାନଗିରି : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କାଞ୍ଚଲୱାଡା ଗ୍ରାମରେ ପାରିବାରିକ କଳହରୁ ହତ୍ୟା ହୋଇଛି। ସ୍ୱାମୀ ବୁଦୁରା ମାଢିଙ୍କ ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀ ଦେବେ ମାଢିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମାଲକାନଗିରି ଆଦର୍ଶ…

    Continue reading
    ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫ

    ରାଉରକେଲା: ପାନପୋଷ ସର୍କିଟ ହାଉସରୁ ରଘୁନାଥପାଲି ପୁଲିସ ବନ୍ଧୁକ ଜବତ କରିଛିl ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି l ଜଣେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ଓ ଅନ୍ୟ ଜଣେ ବ୍ରହ୍ମପୁରର l ସହର ଜଣେ ଯୁବ ବିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ