
ଭୁବନେଶ୍ୱର: ରାଜ୍ୟ ସରକାର ସୋମବାର ବିଗତ ୩ ବର୍ଷର ଅପରାଧର ତଥ୍ୟ ଦେଇଛନ୍ତି । ଗତ ୩ ବର୍ଷରେ ୫ ଲକ୍ଷ ୯୨ ହଜାର ୨୫୭ ଅପରାଧିକ ମାମଲା ପଞ୍ଜୀକରଣ ହୋଇଛି । ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ତଥ୍ୟ ରଖିଛନ୍ତି ।
ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଗତ ୩ ବର୍ଷରେ ୩୯୯୯ ହତ୍ୟା, ୯୦୪୬ ଦୁଷ୍କର୍ମ, ୪୯,୫୪୯ ଚୋରି ମାମଲା ରୁଜୁ । ୧୩୫୨ ଡକାୟତି ଓ ୫୩୪୭ ଦଙ୍ଗା ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।







