୮ରେ ଓଡ଼ିଶା ବନ୍ଦ ଡାକରା

ରାଜ୍ୟରେ ଶାସକ ବିଜେପି ସରକାର ବିରୋଧରେ ବଡ଼ ଧରଣର ଆନ୍ଦୋଳନ ଲାଗି ଅଣ୍ଟା ଭିଡ଼ିଛି କଂଗ୍ରେସ ଓ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଆସନ୍ତା ଅକ୍ଟୋବର ୮ ତାରିଖରେ ସମଗ୍ର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବିବାଦୀୟ MMDR ଆଇନ ସଂଶୋଧନ, ସ୍କୁଲ ପାଠ୍ୟପୁସ୍ତକରେ ବହିତ୍ରୁଟି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ପାଳନ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଛନ୍ତି ଯେ, ରାଜ୍ୟର ଖଣି ସମ୍ପଦର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ କୌଣସି ପ୍ରକାର ବୁଝାମଣା କରିବ ନାହିଁ । MMDR ସଂଶୋଧନ ଆଇନ ରାଜ୍ୟ ଅର୍ଥନୀତି ଉପରେ କୁଠାରଘାତ କରିବ । ସେହିପରି ବିଦ୍ୟାଳୟ ପାଠ୍ୟପୁସ୍ତକରେ ଦେଖାଦେଇଥିବା ସାଂଘାତିକ ତ୍ରୁଟି ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି । ଏଥିସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ ମୁଖ୍ୟ ନିର୍ବାଚନ କମିସନର ନୈତିକତା ଦୃଷ୍ଟିରୁ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏହି ବନ୍ଦ ଡାକରାକୁ ସଫଳ କରିବାକୁ ପିସିସି ସଭାପତି ଆହ୍ୱାନ ଦେଇଛନ୍ତି । ଏହି ଲଢ଼େଇ କେବଳ ଏକ ରାଜନୈତିକ ମେଣ୍ଟର ନୁହେଁ, ବରଂ ସାରା ଓଡ଼ିଶାବାସୀଙ୍କ ଅଧିକାରର ଲଢ଼େଇ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟର ସମସ୍ତ ବୁଦ୍ଧିଜୀବୀ, ବ୍ୟବସାୟୀ, ଛାତ୍ର, ଯୁବକ ତଥା ସାଧାରଣ ନାଗରିକଙ୍କୁ ଅକ୍ଟୋବର ୮ରେ ହେବାକୁ ଥିବା ଓଡ଼ିଶା ବନ୍ଦରେ ପୂର୍ଣ୍ଣ ସହଯୋଗ କରିବାକୁ ଭକ୍ତ ଦାସ ନିବେଦନ କରିଛନ୍ତି ।
ଏହି ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସମସ୍ତ ଯାନବାହାନ ଚଳାଚଳ, ଦୋକାନ ବଜାର ଏବଂ ସରକାରୀ-ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ‘ଇଣ୍ଡିଆ’ ବ୍ଲକ୍ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି । ବିଜେଡି ପରେ ଏବେ କଂଗ୍ରେସ ମଧ୍ୟ MMDR ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଥିବାରୁ ଆଗାମୀ ଦିନରେ ରାଜ୍ୟ ରାଜନୀତି ଆହୁରି ସରଗରମ ହେବା ନିଶ୍ଚିତ ।

  • Related Posts

     ଆସନ୍ତା କାଲି ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ଅନୁଷ୍ଠିତ ହେବ

    ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅତ୍ୟନ୍ତ ଗୌରବମୟ ଦିନ: ଶ୍ରୀ ମନମୋହନ ସାମଲ ଭୂବନେଶ୍ୱର, ତା.୦୬/୧୦: ସରକାରଙ୍କ ମୁଖ୍ୟ ଭାବରେ ନିରବଚ୍ଛିନ୍ନ ୨୫ ବର୍ଷର ଗୌରବମୟ ନେତୃତ୍ୱ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ…

    Continue reading
    ଅସ୍ତିତ୍ୱ ହରାଇ ବିଜେଡି ଏବେ ‘ନିର୍ମୂଳୀ ଲତା’ସଦୃଶ

     ଇଣ୍ଡି ମେଂଟ ଓ କଂଗ୍ରେସର ନୈତିକତାର ବଡ଼ ବଡ଼ କଥା କେବଳ ରାଜନୈତିକ ଡ୍ରାମାବାଜି  ବିଜେଡି ଓ ‘ଇଣ୍ଡି’ ମେଂଟର ମଧୁଚନ୍ଦ୍ରିକା ବହୁ ପୁରୁଣା  ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଏବେ ବିଭିନ୍ନ ସାହାରା ଖୋଜୁଛି ବିଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ