
ଦେବଗଡ଼:କଂଗ୍ରେସ ପକ୍ଷରୁ ୮ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଛି।ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜଗାଙ୍ଗପୁର ବିଧାୟକ ଡ.ରାଜେନ ଏକ୍କା ଓ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦିକା ଅମିତା ବିଶ୍ୱାଳ ଯୋଗ ଦେଇ ସରକାର ଏମଏମଡିଆର ଆକ୍ଟର ସଂଶୋଧନ କରିବା ଦ୍ବାରା ରାଜ୍ୟର ସମ୍ମାନହାନୀ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।ଏହାସହିତ ପାଠ୍ୟ ପୁସ୍ତକରେ ୧୭୪୧ ଗୋଟି ଭୁଲ ରହିଥିବା ବେଳେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭୋଟ ଚୋରିରେ ସାମିଲ ଥିବା କଂଗ୍ରେସ ଅଭିଯୋଗ କରିବା ସହ ତାଙ୍କୁ ବହିଷ୍କାର ଏବଂ ଗିରଫ ଦାବି କରିବା ସହ ରାଜ୍ୟରେ ବାତ୍ୟା ଓ ବନ୍ୟାରେ ବହୁ ଲୋକକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ମାତ୍ର ଏହାର ମୁକାବିଲା ତଥା ଉଦ୍ଧାର କାର୍ଯ୍ୟ ଓ ଥଇଥାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ଏହାକୁ ପ୍ରତିବାଦ ୮ ତାରିଖରେ ବନ୍ଦ ପାଳନ କରାଯିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଏକ୍କା ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ଦିଲୀପ ଦୁରିଆ,ସୁଷମା ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମି ଉପସ୍ଥିତ ଥିଲେ।








