୮୪୩ ଅଫିସର୍‌ଙ୍କ ଦରମା ବନ୍ଦ

ବାରିପଦା: କାର୍ୟ୍ୟରେ ଅବହେଳା କରି ଗୋଡ ଲମ୍ବେଇ ବସିଥିଲେ ଟ୍ୟାଗ୍‌ ଅଫିସର୍‌ । ରିପୋର୍ଟ ଦେଖିବା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ । ଜିଲ୍ଲାରେ ନିଯୁକ୍ତ ଥିବା ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ । ଗ୍ରାମୀଣ ଗୃହ/ପ୍ରଧାମନ୍ତ୍ରୀ ଆବାସ ନିର୍ମାଣରେ ବିଳମ୍ବ ଓ ନିଜ କାର୍ୟ୍ୟରେ ଅବହେଳା ପାଇଁ ବନ୍ଦ ହେଲା ଦରମା । ଏହି ଅଫିସର୍‌ ମାନଙ୍କ ଦରମା ଅକ୍ଟୋବର ମାସରୁ ବନ୍ଦ ରଖିବାକୁ ୨୬ ବ୍ଲକର ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଲେ ମୟୂରଭଞ୍ଜ ଜିଲ୍ଲାପାଳ ।

ଜିଲ୍ଲାରେ ଗ୍ରାମ୍ୟ ଗୃହ ନିର୍ମାଣ କାର୍ୟ୍ୟରେ ୧୦୧୬ ଜଣ ଅଧିକାରୀ ନିୟୋଜିତ ଅଛନ୍ତି । ଯେଉଁଥିରୁ ୧୭୩ ଜଣ ନିଜ କାର୍ୟ୍ୟ ଠିକ୍ ଭାବେ କରିଥିବା ବେଳେ, ଅନ୍ୟ ୮୪୩ ଜଣଙ୍କ କାର୍ୟ୍ୟ ସନ୍ତୋଷ ଜନକ ନୁହେଁ । ତେଣୁ କାର୍ୟ୍ୟରେ ଅବହେଳା ତଥା ମନିଟରିଙ୍ଗ ଅଭାବରୁ ୬୩ ପ୍ରତିଶତ ଘର ଏବେ ଅଧା ହୋଇ ପଡ଼ିଛି । ଫଳରେ ସରକାରୀ ଯୋଜନାରେ ସଫଳତା ମିଳୁନାହିଁ । ଯାହାକୁ ନେଇ କାର୍ୟ୍ୟ ସମ୍ପୂର୍ଣ୍ଣ ନହେବା ପର୍ୟ୍ୟନ୍ତ ଦରମା ବନ୍ଦ ହେବ ବୋଲି ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ ହେମନ୍ତ ସୟ ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ