ଅଁଳା ଗଛ ଯେତିକି ପବିତ୍ର ସେତିକି ଉପକାରୀ ମଧ୍ୟ। କାରଣ ଏହି ଗଛରେ ଭରି ରହିଛି ଅନେକ ଔଷଧୀୟ ଗୁଣ। ସେହିପରି ଏହାର ଆଧ୍ୟାତ୍ମିକ ଗୁଣ ମଧ୍ୟ ବେଶ୍ ଉଚ୍ଚକୋଟୀର। ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। କେହି କେହି କୁହନ୍ତି, ପ୍ରତିଦିନ ସ୍ନାନ ସାରି ଅଁଳା ଗଛ ମୂଳରେ ଜଳ ଅର୍ପଣ କଲେ ପ୍ରଭୁ କୃପା ଲାଭ ହେବା ସହ ମା’ ଲକ୍ଷ୍ମୀ ବି ପ୍ରସନ୍ନ ହୋଇଥାନ୍ତି। ଆଉ ତାଙ୍କରି ଆଶୀର୍ବାଦରୁ ଘରେ ଉନ୍ନତି ହେବା ସଙ୍ଗେସଙ୍ଗେ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରେଇ ଯାଇଥାଏ। ଅନ୍ୟପକ୍ଷେ ଅଁଳାର ଔଷଧୀୟ ଗୁଣକୁ ତର୍ଜମା କଲେ ଜଣାଯାଏ, ଅଁଳା ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ। ସେହିପରି ପାଚନ କ୍ରିୟାକୁ ସକ୍ରିୟ କରିବାରେ ଅଁଳାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସ୍ମରଣଶକ୍ତିକୁ ତ୍ୱରାନିତ କରିବାରେ ବି ଏହା ଖୁବ୍ ଉପକାରୀ ହୋଇଥାଏ। ବାସ୍ତୁଶାସ୍ତ୍ର ମତରେ, ଘରର ଉତ୍ତର ଦିଗରେ ଅଁଳା ଗଛ ଲଗାଇ ତାହାକୁ ପୂଜାକଲେ ନିଜର ସ୍ମୃତିଶକ୍ତି ପ୍ରଖର ହେବା ସହ ସନ୍ତାନମାନଙ୍କର ମଧ୍ୟ ମଙ୍ଗଳ ହୋଇଥାଏ। ଏପରିକି ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ସେହିପରି କୁହାଯାଏ, ଘରର ଉତ୍ତର ଦିଗରେ ଯଦି କୌଣସି ବାସ୍ତୁଦୋଷ ଥାଏ, ତା’ହେଲେ ଏହି ଦିଗରେ ଅଁଳା ଗଛ ଲଗାଇଲେ ତାହା ଆପେ ଆପେ ଠିକ୍ ହୋଇଯାଇଥାଏ। କିନ୍ତୁ ଏହି ଗଛକୁ ଘରର ଖୁବ୍ ନିକଟରେ ନ ଲଗାଇ ଘରଠୁ ଟିକେ ଛାଡିକି ଲଗାଇବା ଆବଶ୍ୟକ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ
ମୁମ୍ବାଇ : ଜ୍ୟୋତିର୍ମୟୀ ନାୟକ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ 16ର ଚାମ୍ପିଅନ୍ ମୁକୁଟ ପିନ୍ଧାଇଛନ୍ତି, ଏବଂ ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏଥିସହ ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଭାବେ ଜ୍ୟୋତିର୍ମୟୀ ନାୟକ…


