ନୂଆଦିଲ୍ଲୀ,25/11: ମହାରାଷ୍ଟ୍ରର ସାଙ୍ଗଲିରେ ରବିବାର ହେବାକୁ ଥିବା ଭାରତୀୟ କ୍ରିକେଟ୍ ଷ୍ଟାର ସ୍ମୃତି ମନ୍ଧାନା ଏବଂ ମ୍ୟୁଜିକ୍ କମ୍ପୋଜର ପଲାଶ ମୁଚ୍ଛଲଙ୍କ ବହୁ ପ୍ରତିକ୍ଷିତ ବିବାହ ଏବେ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରହିଛି । ଅଚାନକ୍ ସ୍ମୃତି ମାନ୍ଧାନାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବାହାଘରକୁ ଘୁଞ୍ଚାଇ ଦିଆଯାଇଛି । ସ୍ମୃତିଙ୍କ ମ୍ୟାନେଜର ତୁହିନ ମିଶ୍ରା ଏହି ସୂଚନା ଦେଇଛନ୍ତି । ତାଙ୍କ ଅନୁସାରେ, ସାଙ୍ଗଲିରେ ଥିବା ମନ୍ଧାନା ଫାର୍ମ ହାଉସ୍ରେ ବିବାହ ଲାଗି ପ୍ରସ୍ତୁତି ଚାଲିଥିବାବେଳେ ସ୍ମୃତିଙ୍କ ପିତା ଶ୍ରୀନିବାସ ମନ୍ଧାନା ଆଜି ସକାଳେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ନିକଟରେ ହୃଦ୍ଘାତର ଲକ୍ଷଣ ଦେଖାଯିବାରୁ ଚିକିତ୍ସା ଲାଗି ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି । ସ୍ମୃତି ତାଙ୍କ ବାପାଙ୍କ ସହ ଅତି ଘନିଷ୍ଠ ହୋଇଥିବାରୁ ବାପା ସୁସ୍ଥ ନ ହେବା ଯାଏ ତାଙ୍କର ବିବାହ ସ୍ଥଗିତ ରହିବ ବୋଲି କହିଛନ୍ତି । ଏଥିସହ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପରବର୍ତ୍ତୀ ସମୟରେ ସ୍ମୃତି ହସ୍ପିଟାଲରେ ବାପାଙ୍କୁ ଭେଟିବାର ଏକ ଫଟୋକୁ ସେୟାର କରିଛନ୍ତି ।ସ୍ମୃତି-ପଲାଶଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ବହୁ ସଦସ୍ୟ ସାଙ୍ଗଲି ପହଞ୍ଚିଥିଲେ । ବିଗତ କିଛି ଦିନ ହେଲା ଦମ୍ପତିଙ୍କ ବଲିଉଡ୍ ଶୈଳୀର ପ୍ରି-ୱେଡିଂ ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରାଯାଉଥିଲା । ହଳଦୀ, ମେହେନ୍ଦୀରୁ ଆରମ୍ଭ କରି ବର-କନ୍ୟା ପକ୍ଷ ମଧ୍ୟରେ ହୋଇଥିବା ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ର ଫଟୋ ସୋସିଆଲ୍ ମିଡିଆରେ ଛାଇ ଯାଇଥିଲା । ସ୍ମୃତି-ପଲାଶଙ୍କ ପ୍ରେମ କାହାଣୀର ଆରମ୍ଭ ୨୦୧୯ରୁ । ମୁମ୍ବାଇରେ ଜଣେ ବନ୍ଧୁଙ୍କ ଜରିଆରେ ସେମାନେ ପରିଚିତ ହୋଇଥିଲେ । ପରେ ଏହି ବନ୍ଧୁତା ପ୍ରେମର ରୂପ ନେଇଥିଲା । ତେବେ ଏହାକୁ ଗୋପନ ରଖିଥିଲେ ଦମ୍ପତି । ଜୁଲାଇ ୨୦୨୪ରେ ପ୍ରଥମେ ଏଥି ନେଇ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ ।
ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ
ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…




