ଗୌହାଟୀ ଭାରତର ଲଜ୍ଜାଜନକ ପରାଜୟ

ନୂଆଦିଲ୍ଲୀ: ଗୌହାଟୀରେ ଭାରତର ଲଜ୍ଜାଜନକ ପରାଜୟ। ଦକ୍ଷିଣ ଆଫ୍ରିକାଠାରୁ ମ୍ୟାଚ୍ ସହ ସରିଜ୍‌ ହାରିଛି ଭାରତ। ୪୦୮ ରନ୍‌ରେ ଦକ୍ଷିଣ ଆଫ୍ରିକା ବଡ ବିଜୟ ହାସଲ କରିଛି। ଦ୍ଵିତୀୟ ଇଂନିସରେ ମାତ୍ର ୧୪୦ରେ ସରେଣ୍ଡର କରିଛନ୍ତି ଭାରତୀୟ ବ୍ୟାଟର। ଟିମ୍ ଇଣ୍ଡିଆ ଦାୟିତ୍ଵହୀନ , ଖାମଖିଆଲ ବ୍ୟାଟିଂର ନମୁନା ପ୍ରଦର୍ଶନ କରିଛନ୍ତି। ସାଇ, ଜୁରେଲ ଏବଂ ନୀତୀଶ ସୁଯୋଗର ସଦବ୍ୟବହାର କରିପାରିଲେନି। ଦକ୍ଷିଣ ଆଫ୍ରିକା ୨-୦ରେ ସରିଜ୍ ପୋଛି ନେଇଛି।

ଏହି ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍‌ରେ ୪୮୯ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ସେନୁରନ୍ ମୁଥୁସାମି ୧୦୯ ରନ୍‌ କରିଥିଲେ , ଯାହା ସେମାନଙ୍କୁ ୪୮୯ ରନ୍‌ରେ ପହଞ୍ଚିବାରେ ସାହାଯ୍ୟ କରିଥିଲା । ତ୍ରିସ୍ଟନ ଷ୍ଟବ୍ସ ମଧ୍ୟ ୪୯ରନ୍‌ କରିଥିଲେ। ଏହି ଦୁଇଟି ଇନିଂସ୍‌ ବ୍ୟତୀତ କାଇଲ୍ ବେରେନ୍‌ ୪୫ରନ୍‌ କରିଥିଲେ ।
ପ୍ରଥମ ଇନିଂସ୍‌ରେ ଭାରତ ପାଇଁ କୁଲଦୀପ ଯାଦବ ୪ଟି ୱିକେଟ୍‌ ନେଇଥିବା ବେଳେ ଜାଦେଜା ଦୁଇଟି ୱିକେଟ୍‌ ନେଇଥିଲେ । ଏହା ପରେ ଭାରତର ବ୍ୟାଟିଂ କରିବା ପାଳି ଆସିଥିଲା। ବ୍ୟାଟିଂ କରି ଭାରତୀୟ ଦଳ ଏହାର ପ୍ରଥମ ଇନିଂସ୍‌ରେ କେବଳ ୨୦୧ ରନ୍‌ କରିପାରିଥିଲା । ଏହି ଟେଷ୍ଟ ମ୍ୟାଚରେ ଭାରତର ବ୍ୟାଟସମ୍ୟାନମାନେ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । କେବଳ ଯଶସ୍ୱୀ ଜୟସୱାଲ ଭଲ ବ୍ୟାଟିଂ କରି ଆଉଟ ହେବା ପୂର୍ବରୁ ୫୮ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ୟାନସେନ ୬ଟି ୱିକେଟ ଏବଂ ସାଇମନ ହାର୍ମର ୩ଟି ୱିକେଟ ନେଇଥିଲେ ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୪୮୯ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୬୦/୫ ରନ୍ କରିଥିଲା। ଏହା ପରେ ଭାରତ ଆଗରେ ୫୪୯ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ଭାରତ ଲକ୍ଷ୍ୟ ପୂରଣ କରିପାରିନଥିଲା।ଭାରତୀୟ ଦଳ ଚାପରେ ଭାଙ୍ଗି ପଡ଼ି ପ୍ରଥମ ଇନିଂସରେ କେବଳ ୨୦୧ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୪୦ ରନ୍ କରିପାରିଥିଲା ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ