ଅପହରଣ କରି ପ୍ରେମିକାକୁ ହତ୍ୟା:୩ ଗିରଫ

କୁଚିଣ୍ଡା: କୁଚିଣ୍ଡାରୁ ଅପହରଣ କରି ପ୍ରେମିକାକୁ ହତ୍ୟା କରିଥିବା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ୍ । ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଅନୀଲ ପୃଷେଠ ସହ ତା’ର ବନ୍ଧୁ ସୁଭିତ୍ ମାକର ଓ ଅଶୋକ କିସାନକୁ କୋର୍ଟ ଚାଲାଣ କରାଯାଇଛି । ଏପଟେ ରବିବାର କୁଚିଣ୍ଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଟିମ୍ ଶବ ବ୍ୟବଚ୍ଛେଦ କରିଛନ୍ତି । ଫୋରେନ୍ସିକ୍ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ହତ୍ୟାରେ ବ୍ୟବହୃତ ଓଢ଼ଣୀ, ଗୋଟିଏ ବୋଲେରୋ ଗାଡ଼ି, ଗୋଟିଏ ମୋବାଇଲ୍ ଏବଂ ଅନ୍ୟ ବାୟୋଲୋଜିକାଲ୍ ସାମଗ୍ରୀ ଜବତ ହୋଇଛି ।

କୁଚିଣ୍ଡା ପୁଲିସ୍‌ର ସୂଚନା ଅନୁସାରେ, କୁଚିଣ୍ଡା ଥାନା କୁସୁମୀ ଫାଣ୍ଡି ମହୁଲଗୁଡ଼ା ଗାଁର ସରିତା ସା (୨୪) କୁଚିଣ୍ଡାର ଏକ ପାର୍ଲରରେ ଗତ ୮ ମାସ ହେଲା କାମ କରୁଥିଲା । କୁଚିଣ୍ଡା ଥାନା ତେଲିକୁଣ୍ଡାପୋଷି ଗାଁର ଅନୀଲ ସହ ଏହା ପୂର୍ବରୁ ଅର୍ଥାତ ପ୍ରାୟ ୨ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ସେ ଜଣେ ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲେ । ହେଲେ ଗତ କିଛି ମାସ ହେଲେ ସରିତା ତୁରନ୍ତ ବିବାହ କରିବାକୁ ଅନୀଲକୁ ବାଧ୍ୟ କରିଆସୁଥିଲେ । କିନ୍ତୁ ଏହାକୁ ଟାଳି ଚାଲିଥିଲା ଅନୀଲ । ତେଣୁ ସରିତାକୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା । ଗତ ୧୬ ତାରିଖରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିଲା ଅନୀଲ । ୧୬ ତାରିଖରେ ସନ୍ଧ୍ୟାରେ ବୁଲି ଯିବାକୁ ପ୍ରେମିକା ସରିତାକୁ କହିଥିଲା ଅନୀଲ । ତେଣୁ ଅନୀଲ ପୂର୍ବ ଯୋଜନା ଅନୁସାରେ ଗୋଟିଏ ବୋଲେରୋରେ ୨ ଜଣ ବନ୍ଧଙ୍କ ସହ ଆସିଥିଲେ । ସ୍କୁଟିରେ ପାର୍ଲର ସମ୍ମୁଖରୁ ସରିତାକୁ ନେଇଥିଲା ଅନୀଲ । ପରେ ବୋଲେରୋରେ ଜମନକିରା ପଟକୁ ଯାଇଥିଲେ । ଅଶୋକ ଗାଡ଼ି ଚଳାଉଥିବାବେଳେ ସୁଭିତ୍ ସାମ୍ନା ପଟର ସିଟ୍‌ରେ ବସିଥିଲା । ଗାଡ଼ିରେ ଯାଉଥିବାବେଳେ ସରିତା ଓ ଅନୀଲଙ୍କ ମଧ୍ୟରେ ବିବାହକୁ ନେଇ ଝଗଡ଼ା ହୋଇଥିଲା । ଏହି ସମୟରେ ସରିତା ଧରିଥିବା ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରିଥିଲା ଅନୀଲ । ପରେ ୩ ଜଣ ମିଶି ଶବକୁ ବଡ଼ରମା ଘାଟିରେ ପକାଇ ଦେଇଥିଲେ । ହେଲେ ସରିତାଙ୍କ ବାପା ଅନୀଲ ନାଁଁରେ ସିଧାସଳଖ ଏତଲା ଦେବାରୁ ପୁଲିସ୍ ତାକୁ ଆଣି ପଚରାଉଚରା କରିଥିଲେ ।
ଜଣେ ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁସାରେ, ଅନୀଲ ଏହାକୁ ଚାପିବାକୁ ବହୁ ଚେଷ୍ଟା କରିଥିଲା । ସରିତା ସହ ସେ କୌଣସି ଆଡ଼େ ଯାଇନଥିବା କହିଥିଲେ। କେବଳ କୁଚିଣ୍ଡା ପଡ଼ିଆରେ ଶେଷ ଦେଖା ହୋଇଥିବା କହିଥିଲେ । କିନ୍ତୁ ଅନୀଲ ଓ ସରିତାର ମୋବାଇଲ୍ ଟ୍ରାକିଂ, ସିଡିଆର୍ ଏବଂ ମୋବାଇଲ୍ ଟାୱାର ଡମ୍ପ୍ ଡିଟେଲ୍ରୁ ଜଣାପଡ଼ିଥିଲା । ଏହାସହ ପୁଲିସ୍କୁ ଚକମା ଦେବାକୁ ମିଛ ନାଟକ ରଚିଥିଲା । ଏମିତି କି, ବିଭିନ୍ନ ସ୍ଥାନକୁ ନେଇ ଶବ ରଖିଥିବା କହିଥିଲା । କିନ୍ତୁ ଶେଷରେ ସ୍ୱୀକାର କରିବା ସହ ଶବ ପକାଇଥିବା ସ୍ଥାନକୁ ନେଇଥିଲା ଅନୀଲ । ଶବ ମିଳିବା ସହ ଘଟଣାର ପର୍ଦ୍ଦାଫାଶ ହୋଇଥିଲା ବୋଲି ସେ କହିଛନ୍ତି ।

  • Related Posts

    ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ: ଯୋଗଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

    ଭୁବନେଶ୍ୱର: ଭାରତ ୨୦୨୬ରେ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା କରୁଛି । ଏହି କ୍ରମରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ । ଏଥିସହିତ ବ୍ରିକ୍ସ ବରିଷ୍ଠ…

    Continue reading
    ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

    ଭୁବନେଶ୍ୱର: ସାଇବର ଅପରାଧର ସଠିକ ମୁକାବିଲା, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU), ଭୁବନେଶ୍ୱର ମଧ୍ୟରେ ଆଜି ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ