
ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ ହୋଇଛି । ୯୧ ବର୍ଷ ବୟସରେ ଥାଣେର ଜୁପିଟର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଅଭିନେତା ଅଚ୍ୟୁତ୍ ପୋତଦାର ଲମ୍ବା ସମୟରେ ଧରି ରୋଗ ପୀଡ଼ିତ ଥିଲେ । ହେଲେ ମୃତ୍ୟୁ କାରଣ ଏଯାଏ ସ୍ପଷ୍ଟ କରିନାହାନ୍ତି ଡାକ୍ତର । ଅଚ୍ୟୁତଙ୍କ ପରିଲୋକ ଖବର ଶୁଣି ବଲିଉଡରେ ଶୋକର ଛାୟା ଖେଳିଯାଇଛି । ମଙ୍ଗଳବାର ଥାଣେରେ ତାଙ୍କର ଅନ୍ତିମ ସଂସ୍କାର ହେବ ।
ଅଭିନେତା ଅଚ୍ୟୁତ୍ ପୋତଦାରଙ୍କ ଫିଲ୍ମ କ୍ୟାରିୟର ୪ ଦଶକରୁ ଅଧିକ ଲମ୍ବା । ସେ ହିନ୍ଦୀ ଓ ମରାଠି ସିନେମା ନିଖୁଣ ଅଭିନୟ କରିଛନ୍ତି । ପ୍ରାୟ ୧୨୫ରୁ ଅଧିକ ଫିଲ୍ମରେ ନିଜର ଅଭିନୟର ଛାପ ଛାଡ଼ିଛନ୍ତି । ତାଙ୍କ ଅଭିନିତ ଲୋକପ୍ରିୟ ଫିଲ୍ମ ମଧ୍ୟରୁ ଆକ୍ରୋଶ, ତେଜାବ, ପରିଣିତା, ପରିନ୍ଦା, ବାସ୍ତବ, ଲଗେ ରହୋ ମୁନ୍ନା ଭାଇ, ଦବଙ୍ଗ-୨, ହମ୍ ସାଥ ସାଥ ହେ, ରଙ୍ଗିଲା, ରାଜୁ ବନଗେୟା ଜେଣ୍ଟଲମ୍ୟାନ୍ ଏବଂ ଥ୍ରୀ-ଇଡିଅଟ୍ସ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ଅଚ୍ୟୁତ୍ ପୋତଦାର । ସେହିପରି ଟିଭିରେ ‘ଭାରତ ଏକ ଖୋଜ୍’, ‘ଓ୍ବାଗଲେ କି ଦୁନିଆ’,ପ୍ରଧାନମନ୍ତ୍ରୀ ଆଦି ପ୍ରୋଗ୍ରାମରେ କାମ କରିଛନ୍ତି । ଥ୍ରୀ-ଇଡିଅଟ୍ସ ଫିଲ୍ମରେ ତାଙ୍କର ପ୍ରଫେସର ଭୂମିକାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଏଥିରେ ଏକ ଡାଇଲଗ୍ ‘ଆଖିର କହେନା କ୍ୟା ଚାହାତେ ହୋ’ ଖୁବ୍ ଭାଇରାଲ୍ ହୋଇଥିଲା ।








