ବର୍ଷାରେ ମୁମ୍ବାଇ ବେହାଲ : ସ୍କୁଲ ଓ ଅଫିସ ଛୁଟି

ମୁମ୍ବାଇ: ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ। ବିଳମ୍ବିତ ରାତିରୁ ଏତେ ବର୍ଷା ହୋଇଛି ଯେ ମୁମ୍ବାଇର ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ରହିଛି। ଯାନବାହନ ଫସି ରହିଛି। ମୁଷଳଧାରାରେ ବର୍ଷା ମଧ୍ୟରେ ମୁମ୍ବାଇବାସୀଙ୍କ ଉପରେ ସଙ୍କଟ ବଢ଼ିବାରେ ଲାଗିଛି। ସେପଟେ ଓଗଊ ଜାରି କରିଛି ରେଡ୍‌ ଓ୍ୱାର୍ଣ୍ଣିଂ। ପାଣିପାଗ ବିଭାଗ ଦ୍ୱାରା ଜାରି ହୋଇଥିବା ଅତ୍ୟନ୍ତ ପ୍ରବଳ ବର୍ଷାର ସତର୍କତାକୁ ଦୃଷ୍ଟିରେ ରଖି ମୁମ୍ବାଇର ସମସ୍ତ ସରକାରୀ କାର୍ୟ୍ୟାଳୟ ମଙ୍ଗଳବାର ବନ୍ଦ ରହିବ ବୋଲି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ କହିଛି।

ମୁମ୍ବାଇର ସମସ୍ତ ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ସେମାନଙ୍କ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଏବଂ ଅନାବଶ୍ୟକ ଯାତ୍ରା ଏଡାଇବାକୁ ଅନୁରୋଧ କରାଯାଇଛି। ସହର ଏବଂ ଉପକଣ୍ଠରେ ପ୍ରବଳ ବର୍ଷା ଏବଂ ଆଇଏମଡି ଦ୍ୱାରା ଜାରି ‘ରେଡ୍ ଆଲର୍ଟ’କୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ସରକାରୀ ଏବଂ ଅର୍ଦ୍ଧସରକାରୀ କାର୍ୟ୍ୟାଳୟ ବନ୍ଦ ରଖିବାକୁ ମଙ୍ଗଳବାର ସକାଳେ ଏକ ବିବୃତ୍ତିରେ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ସମସ୍ତ ବିଏମସି କାର୍ୟ୍ୟାଳୟ ଏବଂ ରାଜ୍ୟ ପରିଚାଳିତ ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ।ମୁମ୍ବାଇ ବିମାନବନ୍ଦରରୁ ୧୫୫ଟି ବିମାନ ବିଳମ୍ବରେ ଉଡ଼ାଣ କରିଥିଲା। ୧୦୨ଟି ଆସୁଥିବା ବିମାନ ନିର୍ଦ୍ଧାରିତ ସମୟ ଅପେକ୍ଷା ବିଳମ୍ବରେ ଉଡ଼ାଣ କରିଥିଲା।ହିନ୍ଦମାତା, ଅନ୍ଧେରୀ ସବୱେ ଏବଂ ପୂର୍ବ ଏକ୍ସପ୍ରେସ ହାଇୱେ, ମୁମ୍ବାଇ-ଗୁଜୁରାଟ ହାଇୱେ ଏବଂ ପୂର୍ବ ଫ୍ରିୱେର କିଛି ଅଂଶରେ ମଧ୍ୟ ପାଣି ଜମି ରହିଥିବା ରିପୋର୍ଟ କରାଯାଇଛି। ପରିସ୍ଥିତିକୁ ଆହୁରି ଖରାପ କରିବା ପାଇଁ, ମୁମ୍ବାଇ ଉପନଗରୀୟ ନେଟୱାର୍କରେ ଆମ୍ବିଭାଲି ଏବଂ ଶାହାଡ ଷ୍ଟେସନ ମଧ୍ୟରେ ସିଗନାଲିଂ ସିଷ୍ଟମରେ ସକାଳେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।

  • Related Posts

    ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

    ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…

    Continue reading
    ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ବିଶେଷ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’। ବାୟୁସେନା ଦିବସରେ, ଆମେ ଆମର ଆକାଶକୁ ସୁରକ୍ଷା ଦେବାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ