ଅଭିଯୁକ୍ତ ହେଉଛନ୍ତି ବିଧାୟକଙ୍କ ଘନିଷ୍ଠ: ଚାମେଲି

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଆଉ ଠିକ୍ ଏତିକିବେଳେ ବିଡିଓ, ବିଧାୟକ, ମନ୍ତ୍ରୀ ଓ ଚାମେଲିଙ୍କ ବୟାନ ବିବାଦକୁ ଅଧିକ ଘନିଭୁତ କରିଛି । ଦୁଇ ଗୋଷ୍ଠୀ ତାଙ୍କ କାର୍ଯ୍ୟାଳୟରେ ଯୁକ୍ତିତର୍କ କରି ପରିବେଶକୁ ଖରାପ କରିଥିବା ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟ କହିଥିବା ବେଳେ, କେବଳ ଚାମେଲିଙ୍କ ନାଁରେ ଅଭିଯୋଗ କାହିଁକି କଲେ, ସେ ନେଇ ଦ୍ଵନ୍ଦ୍ବ ବଢ଼ିଛି । ମହାକାଳପଡ଼ା ବିଧାୟକ ଚାମେଲିଙ୍କୁ ସାନ ଭଉଣୀ ବୋଲି ସମ୍ବୋଧିତ କରିଥିବା ବେଳେ ସେ ବିରୋଧୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଛନ୍ତି ।
ଏପଟେ ତିଖିରି ସରପଞ୍ଚ ଚାମେଲି ଓଝା ଅଭିଯୁକ୍ତମାନଙ୍କ ସମ୍ପର୍କରେ କହିଛନ୍ତି, ” ଯଦି ବିଧାୟକ ମହୋଦୟ ମୋତେ ଭଉଣୀ କହୁଛନ୍ତି, ତେବେ ସାତ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରାଇବାରେ ସାହାଯ୍ୟ କରନ୍ତୁ । ବିଡିଓ ଏବଂ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏହାସହ ମହିଳା ପୋଲିସ ତପସ୍ୱିନୀ ବିଶ୍ୱାଳ ମୋତେ ମାଡ଼ ମାରିବା ସହ କାନରେ ରକ୍ତ ବାହାର କରିଛନ୍ତି । ମୁଁ ତାଙ୍କ ନାଁରେ ଏସପିଙ୍କ ନିକଟରେ ଅଭିଯୋଗ କରିବି । ”

ଚାମେଲି ଅଭିଯୋଗ କରିଛନ୍ତି ଯେ “ମହାକାଳପଡ଼ା ଥାନା ପୋଲିସ ମୋତେ ସୁରକ୍ଷା ଦେବା ପଦଳରେ ମୋତେ ନିର୍ଯାତନା ଦେଇଛନ୍ତି । ମହାକାଳପଡ଼ା ପୋଲିସ ଉପରେ ମୋର ଭରସା ନାହିଁ । ଫଳରେ ମୁଁ ଡିଜିଙ୍କୁ ଚିଠି ଲେଖିଛି । ” ବର୍ତ୍ତମାନ ସୁଦ୍ଧା ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ବାକି ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରିଛନ୍ତି ଚାମେଲି ।

  • Related Posts

    ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ହେବ ୪୭ ହଜାର କୋଟି ଟଙ୍କାର ପ୍ରକଳ୍ପ ବର୍ଷା

    ଭୁବନେଶ୍ଵର : ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ୪୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ରକଳ୍ପ ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି। ସେ…

    Continue reading
    ଦୀପାଳି-ଟଙ୍କଧର ମୁହାଁମୁହିଁ

    ଝାରସୁଗୁଡ଼ା: ପୁଣି ଝାରସୁଗୁଡ଼ାରେ ଦୀପାଳି-ଟଙ୍କଧର ମୁହାଁମୁହିଁ। ଇବ ନଦୀରୁ ଶହ ଶହ ଟ୍ରିପ ବାଲି ବେଆଇନ ଚାଲାଣ ନେଇ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଟାର୍ଗେଟ କଲେ ପୂର୍ବତନ ବିଧାୟିକା ଦୀପାଳି ଦାସ। ସେହିଭଳି ହାର୍ଟ ହସ୍ପିଟାଲ ପ୍ରସଙ୍ଗରେ ବିଧାୟକ ଶ୍ରେୟ ରାଜନୀତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ