ଅମିତ ଶାହାଙ୍କ ହେଲିକପ୍ଟର ଯାଞ୍ଚ ହେଲା

ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାକୁ ପ୍ରଚାର ପାଇଁ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଓ ଏହା ମଧ୍ୟରେ ଥିବା ବ୍ୟାଗକୁ ଯାଞ୍ଚ କରାଯାଇଛି। ନିର୍ବାଚନ ବେଳେ ଟଙ୍କା କିମ୍ବା ଅନ୍ୟାନ୍ୟ ଜିନିଷ ଲୋକଙ୍କୁ ଦେବା ଭଳି କାମ ଉପରେ ରୋକ ଲଗାଇବା ପାଇଁ ନିୟୋଜିତ ନିର୍ବାଚନ ଅଧିକାରୀମାନେ ଏପରି ଯାଞ୍ଚ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ଏବେ ଜୋରଦାର ପ୍ରଚାର ଚାଲିଛି। ନିକଟରେ ନିର୍ବାଚନ ଅଧିକାରୀମାନେ ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଓ ବ୍ୟାଗକୁ ଯାଞ୍ଚ କରିଥିଲେ। ଏହାର ଭିଡିଓ ଉଦ୍ଧବ ରେକର୍ଡ କରିବା ସହ କ’ଣ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବ୍ୟାଗକୁ ମଧ୍ୟ ଯାଞ୍ଚ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ।ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ବିବାଦ ବଢ଼ୁଥିବା ବେଳେ ନିର୍ବାଚନ ଅଧିକାରୀମାନେ ପ୍ରଚାର ପାଇଁ ଆସୁଥିବା ହାଇପ୍ରୋଫାଇଲ ନେତାଙ୍କ ବ୍ୟାଗକୁ ଯାଞ୍ଚ କରିବା ଆରମ୍ଭ କରିଥିଲେ। ଏହିକ୍ରମରେ ଆଜି ଶାହଙ୍କ ବ୍ୟାଗ ମଧ୍ୟ ଯାଞ୍ଚ କରାଯାଇଛି।
ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।

ଏହାକୁ ଶେୟାର କରି ଶାହ ଲେଖିଛନ୍ତି, “ମହାରାଷ୍ଟ୍ରର ହିଙ୍ଗୋଲି ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଚାର ପାଇଁ ଯାଇଥିବା ବେଳେ ମୋ ହେଲିକପ୍ଟକୁ ନିର୍ବାଚନ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ବିଜେପି ଗୋଟିଏ ସ୍ୱଚ୍ଛ ଓ ସୁସ୍ଥ ନିର୍ବାଚନ ବ୍ୟବସ୍ଥାରେ ବିଶ୍ୱାସ କରେ। ଦଳ ନିର୍ବାଚନ କମିଶନ ପ୍ରସ୍ତୁତ କରିଥିବା ସମସ୍ତ ନିୟମକୁ ଅନୁସରଣ କରେ।”

Related Posts

ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

Continue reading
ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ