ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ଭଙ୍ଗାରୁଜା, ୮ ଗିରଫ

ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣାରେ ପୁଷ୍ପାରାଜ ଓରଫ୍ ଅଲ୍ଲୁ ଅର୍ଜୁନଙ୍କ ପିଛା ଛାଡ଼ୁନି ବିବାଦ। ଜେଲକୁ ଯାଇ ବେଲରେ ବାହାରକୁ ଆସିବା ପରେ ମଧ୍ୟ ସାଉଥ ସୁପରଷ୍ଟାରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଜି ଓସମାନିଆ ୟୁନିଭର୍ସିଟିର କିଛି ସଦସ୍ୟ ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ଜୁବଲି ହିଲ୍ସସ୍ଥିତ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିନେତାଙ୍କ ଘର ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।
ଓସମାନିଆ ୟୁନିଭର୍ସିଟିର ଏହି ଦଳ ଅଲ୍ଲୁଙ୍କ ଘର ବାହାରେ ଥିବା ଫୁଲକୁଣ୍ଡ ଓ ଅନ୍ୟାନ୍ୟ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ସେମାନେ ଏହି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀମାନେ ଅଭିନେତାଙ୍କ ଘର ଭିତରକୁ ଧସେଇ ପସିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ଠିକଣା ସମୟରେ ସେଠାରେ ଜୁବଲି ହିଲ୍ସ ପୁଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ସେମାନଙ୍କମଧ୍ୟରୁ ୮ଜଣଙ୍କୁ ଗିରଫ କରିଛି।
ଉଲ୍ଲେଖ ଯୋଗ୍ୟ, ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨: ଦି ରୁଲ୍ସ’ର ପ୍ରିମିୟର ସ୍କ୍ରିନିଂ କରାଯାଇଥିଲା। ଏଠାରେ ନିଜେ ଅଲ୍ଲୁ ଅର୍ଜୁନ ମଧ୍ୟ ପହଞ୍ଚିଥିଲେ। ଯେଉଁଠାରେ ଅଲ୍ଲୁଙ୍କୁ ଦେଖିବାକୁ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କର ନାବାଳକ ପୁଅ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲା।

ପୁଲିସର ଅଭିଯୋଗ ଅନୁଯାୟୀ ଅଲ୍ଲୁ ଅର୍ଜୁନ ସେଠାକୁ ଯିବେ ବୋଲି ପୂର୍ବରୁ ପୁଲିସକୁ କୌଣସି ସୂଚନା ଦିଆଯାଇନଥିଲା। ସେଠାରେ ଦଳାଚକଟା ସ୍ଥିତି ଉପୁଜିବା ପରେ ମଧ୍ୟ ଅଲ୍ଲୁ ଅର୍ଜୁନ ସେଠାରୁ ଯିବାକୁ ରାଜି ହୋଇନଥିଲେ। ପୁଲିସ ଗିରଫ କରିବାକୁ ଚେତାବନୀ ଦେବା ପରେ ସେ ସେଠାରୁ ଯାଇଥିଲେ। ଏପରିକି ସେଠାରେ ନିଜ କାରର ସନରୁଫରେ ଛିଡ଼ା ହୋଇ ସେ ରୋଡ ଶୋ’ କରିଥିଲେ ବୋଲି ବିଧାନସଭାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି। ତେବେ ଏହି ମାମଲାରେ ଅଭିନେତାଙ୍କୁ ଗିରଫ କରାଯାଇଥିଲେ ହେଁ ସେ ବେଲରେ ବାହାରକୁ ଆସିଛନ୍ତି।

  • Related Posts

    ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା, ଉତ୍ତର ଓ ପଶ୍ଚିମ ଓଡ଼ିଶାକୁ ସତର୍କତା ଜାରି

    ଭୁବନେଶ୍ବର: ଦକ୍ଷିଣ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି (ଶନିବାର) ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଗାମୀ 4-5 ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ…

    Continue reading
    ସୋଆ ଯୁକ୍ତଦୁଇ ମହାବିଦ୍ୟାଳୟରେ ନିଶା ମୁକ୍ତ ପ୍ରତିଜ୍ଞା ଅଭିଯାନ କର୍ମଶାଳା

    ଭୁବନେଶ୍ୱର,:  କେନ୍ଦ୍ର ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୬ ତାରିଖରେ  ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଯୁକ୍ତ ଦୁଇ ମହାବିଦ୍ୟାଳୟର ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ