ଆଇଆଇସି, ଏସ୍‌ଆଇଙ୍କ କ୍ଷମତା ବଢ଼ିଲା

ଭୁବନେଶ୍ବର: ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗଙ୍କୁ ତ୍ବରିତ ନ୍ୟାୟ ଦେବାକୁ ପ୍ରଚେଷ୍ଟା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଥାନା ଅଧିକାରୀ (ଇନ୍ସପେକ୍ଟର ଇନ୍ ଚାର୍ଜ) ଏବଂ ସବ୍‌ଇନ୍ସପେକ୍ଟର (ଏସ୍ଆଇ)ଙ୍କ କ୍ଷମତାକୁ ବଢ଼ାଇଛନ୍ତି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣିକି ସେମାନେ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ମାମଲାର ତଦନ୍ତ କରିପାରିବେ। ପୂର୍ବରୁ ସେମାନଙ୍କ ପାଇଁ ତଦନ୍ତ ଉପରେ କଟକଣା ଥିବାବେଳେ କେବଳ ଉପର ରାଙ୍କ ପୁଲିସ ଅଧିକାରୀ ତଦନ୍ତ କରିବାର ବ୍ୟବସ୍ଥା ରହିଥିଲା। ଫଳରେ ମାମଲାର ତଦନ୍ତ ବିଳମ୍ବିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶକ୍ରମେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ସ୍ବାକ୍ଷରରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଲିସ ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରଙ୍କୁ ଏହି ଆଇନ ଅନୁଯାୟୀ ଗିରଫ, ତଦନ୍ତ ଏବଂ ମାମଲା ରୁଜୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି। ପୂର୍ବରୁ ଏହି କ୍ଷମତା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ କିମ୍ବା ତଦୂର୍ଦ୍ଧ୍ବ ପାହ୍ୟାର ଅଧିକାରୀଙ୍କ ପାଇଁ ସଂରକ୍ଷିତ ଥିଲା। ତଦନ୍ତ ପ୍ରକ୍ରିୟା ବିଳମ୍ବିତ ହେବାରୁ ଗୃହ ବିଭାଗ ପକ୍ଷରୁ ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ମାମଲାର ତଦନ୍ତବେଳେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସ୍ବତନ୍ତ୍ର ଅଦାଲତରେ ମାମଲା ଦାଖଲ କରିବାର କ୍ଷମତା ମିଳିଛି। ଏଣିକି ସେମାନେ ଆଇନ ଅନୁଯାୟୀ ନିଜ କ୍ଷମତାର ବ୍ୟବହାର ସହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

  • Related Posts

    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading
    ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ

    ୩ ଦିନରେ ରାଜ୍ୟବ୍ୟାପୀ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ