ଆଇଏଫ୍‌ଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,: ରାଜ୍ୟ ସରକାର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ଆଇଏଫ୍‌ଏସ୍‌ କେ. ଏସ୍‌. ପ୍ରଦୀପଙ୍କୁ ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି । ଶିମିଳିପାଳ ଉତ୍ତର (ବନ୍ୟଜନ୍ତୁ) ଡିଭିଜନର ଉପନିର୍ଦ୍ଦେଶକ ସାଇ କିରନ ଡିଏନ୍‌ଙ୍କୁ ମାଲକାନଗିରି(ଟି) ଡିଏଫ୍‌ଓ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଫୁଲବାଣୀ (ଟି) ଡିଏଫ୍‌ଓ ପ୍ରଶାନ୍ତ ପଟେଲ ଶିମିଳିପାଳ ଉତ୍ତର (ବନ୍ୟଜନ୍ତୁ) ଡିଭିଜନରେ ଉପନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିବେ ।
ସେହିପରି ୨୦୧୪ ବ୍ୟାଚ୍‌ ଆଇଏଫ୍‌ଏସ୍‌ ପୂର୍ଣ୍ଣିମା ପାଣ୍ଡିଆନ୍‌ଙ୍କୁ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ପଦବିରୁ ହଟାଯାଇଛି । ସେ ଏବେଠୁ ପିସିସିଏଫ୍‌ କାର୍ୟ୍ୟାଳୟରେ ସିଏଫ୍‌ (ଆଫରେଷ୍ଟେସନ) ଭାବେ କାର୍ୟ୍ୟ କରିବେ । ସେହି ବ୍ୟାଚ୍‌ ଆଇଏଫ୍‌ଏସ୍‌ ଖୁସୱନ୍ତ ସିଂଙ୍କୁ ବାଲେଶ୍ୱର ବନଖଣ୍ଡ ଅଧିକାରୀରୁ ସୁନ୍ଦରଗଡ଼ ଡିଏଫ୍‌ଓ ଦାୟିତ୍ୱ ମିଳିଛି । ସୁନ୍ଦରଗଡ଼ ଡିଏଫ୍‌ଓ ତଥା ୨୦୧୫ ବ୍ୟାଚ୍‌ ଆଇଏଫ୍‌ଏସ୍‌ ମିରାସେ ପି.ଦେବିଦାସଙ୍କୁ ବଲାଙ୍ଗୀର (ବନ୍ୟଜନ୍ତୁ) ଡିଏଫ୍‌ଓ ଭାବେ ଅବସ୍ଥାପିତ କରାଯାଇଛି । ପିସିସିଏଫ୍‌(ବନ୍ୟଜନ୍ତୁ) ଜଏଣ୍ଟ ଟାସ୍କ ଫୋର୍ସରେ ଥିବା ୨୦୧୭ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଲାଡେ ଗଜାନନ ଦୟାନନ୍ଦଙ୍କୁ ଖୋର୍ଦ୍ଧା ଡିଏଫ୍‌ଓ ଭାବେ ବଦଳି କରାଯାଇଛି । ପୁରୀ ଡିଏଫ୍‌ଓ ବିବେକ କୁମାରଙ୍କୁ ପିସିସିଏଫ୍‌ (ବନ୍ୟଜନ୍ତୁ)ର ଡେପୁଟି ସିଏଫ୍‌ ଦାୟିତ୍ୱ ମିଳିଛି । ତାଙ୍କ ସ୍ଥାନରେ ଦେଓଗଡ଼ ଡିଏଫ୍‌ଓ ଥିବା ୨୦୧୬ ବ୍ୟାଚ୍‌ ମଗର ଧନାଜୀ ରାଓ ପୁରୀ ଡିଏଫ୍‌ଓ ଭାବେ କାର୍ୟ୍ୟ କରିବେ । ମାଲକାନଗିରି ଡିଏଫ୍‌ଓ ପ୍ରତାପ କୋଟାପଲ୍ଲୀଙ୍କୁ ଫୁଲବାଣୀ ଡିଏଫ୍‌ଓ ଭାବେ ବଦଳି ହୋଇଛି । ୨୦୧୯ ବ୍ୟାଚ୍‌ ପଶ୍ଚିମବଙ୍ଗ କ୍ୟାଡର ଆଇଏଫ୍‌ଏସ ବିପାଶା ପାରୁଲଙ୍କୁ ଓଡି଼ଶା କ୍ୟାଡରକୁ ବଦଳି ହୋଇଛି । ସେ ଗୁମସାର(ଦକ୍ଷିଣ)ର ଡିଏଫ୍‌ଓ ଭାବେ କାର୍ୟ୍ୟ କରିବେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ