କଟକ: ଏସସିବି ମେଡ଼ିକାଲ କଲେଜର ନବନିର୍ମାଣ କାର୍ୟ୍ୟ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେପ୍ଟେମ୍ବର ୨୦୨୫ ସୁଦ୍ଧା ରେସିଡେଣ୍ଟ ସିଆଲ ବିଲ୍ଡିଂ ଓ ଡିସେମ୍ବର ସୁଦ୍ଧା କ୍ଲିନିକାଲ ବିଲ୍ଡିଂର ନିର୍ମାଣ କାର୍ୟ୍ୟ ଶେଷ ହେବ। ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ନିର୍ମାଣ କାର୍ୟ୍ୟରେ ବିଳମ୍ବ ହେଲେ ଠିକା ସଂସ୍ଥା ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଆଇନ ମନ୍ତ୍ରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆହୁରି କହିଛନ୍ତି , “କଟକ ସହରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ ହେଉଛି। କଟକ ଓ ଭୁବନେଶ୍ୱର ମଧ୍ୟରେ କୌଣସି ଅନ୍ତର ରହିବ ନାହିଁ । ଉଭୟ ସହରକୁ ସଂଯୋଗ କରିବା ପାଇଁ ନୂଆ ରାସ୍ତା ନିର୍ମାଣ କାର୍ୟ୍ୟ ଚାଲିଛି। ବାରଙ୍ଗରୁ ତ୍ରିସୁଳିଆ ପର୍ୟ୍ୟନ୍ତ ରାସ୍ତା ୬ ଲେନ ବିଶିଷ୍ଟ ହେବ। କାଠଯୋଡ଼ି ନଦୀରେ ଦୁଇଟି ନୂଆ ପୋଲ ନିର୍ମାଣ ହେବ ଏବଂ ରିଙ୍ଗ ରୋଡ଼ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି। ଏହା ସହିତ, ମେଟ୍ରୋ ପ୍ରକଳ୍ପର ଅଲାଇନମେଣ୍ଟ ଶୀଘ୍ର ଶେଷ ହେବା ପରେ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ। “ରାଜ୍ୟରେ ରାସ୍ତା ଓ ଏକ୍ସପ୍ରେସୱେ ନିର୍ମାଣ ପାଇଁ ନୂଆ ରାଜ୍ୟ ହାଇୱେ ଅଥରିଟି ଗଠନ କରାଯାଇଛି, ଯାହା ୬,୫୦୦ କିଲୋମିଟର ରାଜପଥ ଓ ଏକ୍ସପ୍ରେସୱେ ନିର୍ମାଣ କରିବ। ଏହି ରାସ୍ତାଗୁଡ଼ିକ ଅଞ୍ଚଳର ମହାପୁରୁଷମାନଙ୍କ ନାମରେ ନାମିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଯୋଜନା ଗୁଡ଼ିକ କଟକ ସହରକୁ ଆଧୁନିକ ଓ ସମୃଦ୍ଧ କରିବା ସହ ରାଜ୍ୟର ଅନ୍ୟ ଅଞ୍ଚଳ ସହ ଏହାର ସଂଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।”୨୦୨୫ ଡିସେମ୍ବର ସୁଦ୍ଧା ଶେଷ ହେବ ଏସସିବି ମେଡ଼ିକାଲ କଲେଜର ନବନିର୍ମାଣ କାର୍ୟ୍ୟ । ସେପ୍ଟେମ୍ବର ସୁଦ୍ଧା ରେସିଡେଣ୍ଟ ସିଆଲ ବିଲ୍ଡିଂ କାମ ସରିବ । ପରେ କ୍ଲିନିକାଲ ବିଲ୍ଡିଂର ନିର୍ମାଣ କାର୍ୟ୍ୟ ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ
୩ ଦିନରେ ରାଜ୍ୟବ୍ୟାପୀ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ…







