ଆଇନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର:ରାଜ୍ୟପାଳ ହରିବାବୁ କମ୍ଭମପାଟି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସୋମବାର ତାଙ୍କ ସରକାରୀ ବାସଭବନଠାରେ ଭେଟିଛନ୍ତି। ତେବେ ରାଜ୍ୟପାଳ ଆଇନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳ ସେଠାରୁ ଫେରିବା ପରେ ପୃଥ୍ବୀରାଜ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଯେ, ରାଜ୍ୟପାଳ ବ୍ୟକ୍ତିଗତ ଭାବେ ପରିଦର୍ଶନରେ ତାଙ୍କ ସରକାରୀ ବାସଭବନକୁ ଆସିଥିଲେ। ଏହି ଅବସରରେ ଭାଜପା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ରାଜ୍ୟପାଳ ଆଲୋଚନା କରିଥିଲେ। ଆଇନ, ନିର୍ମାଣ ଏବଂ ଅବକାରୀ ବିଭାଗକୁ ଆହୁରି ଉତ୍କୃଷ୍ଟତାର ସହ ପରିଚାଳନା କରିବା ଏବଂ ବିକାଶ ମାର୍ଗରେ ଚଳାଇବା ପାଇଁ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଆଇନମନ୍ତ୍ରୀଙ୍କ ଘରକୁ ରାଜ୍ୟପାଳଙ୍କ ଏଭଳି ଗସ୍ତକୁ ନେଇ ବିଭିନ୍ନ ରାଜନୈତିକ ଦଳ ଭିତରେ ଆଲୋଚନା ହେଉଛି। ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବାକୁ ଅନେକ ସମୟରେ ରାଜଭବନ ଗସ୍ତ କରିଥାନ୍ତି। ହେଲେ ବିଭାଗର ପ୍ରଦର୍ଶନ ଭଲ କରିବାକୁ ମନ୍ତ୍ରୀଙ୍କ ଘରକୁ ରାଜ୍ୟପାଳ ଯିବା ବିଷୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚର୍ଚ୍ଚାର ଖୋରାକ ଯୋଗାଇଛି।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ