ଆଇପିଏଲ୍‌ 2026: ଆଜି ଫାଇନାଲ୍‌ ଫାଇଟ୍‌

ଅହମଦାବାଦ: ଆଜି ହେବାକୁ ଯାଉଛି ଚଳିତ ଆଇପିଏଲ୍‌ର ଫାଇନାଲ୍ ଫାଇଟ୍‌। ୬୪ ଦିନ ଓ ୭୩ ମ୍ୟାଚ୍‌ର ଘମାଘୋଟ ଲଢ଼େଇ ପରେ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ ଦୁଇ ଟେବୁଲ୍‌ ଟପର୍‌ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ଗୁଜରାଟ ଟାଇଟନ୍ସ (ଜିଟି)। ଉଭୟ ନିଜ ନିଜର ଦ୍ବିତୀୟ ଟ୍ରଫି ଜିତିବାକୁ ଜବରଦସ୍ତ ଯୁଦ୍ଧ କରିବେ। ୨୦୨୨ର ପଦାର୍ପଣ ଋତୁରେ ହିଁ ବିଜେତା ହେବାର ଗୌରବ ଅର୍ଜନ କରିଥିଲା ଗୁଜରାଟ। ଅନ୍ୟପକ୍ଷରେ ୧୮ବର୍ଷର ଅପେକ୍ଷା ପରେ ଗତ ଋତୁରେ ପ୍ରଥମ ଥର ବିଜେତା ହେବାର ସୌଭାଗ୍ୟ ପାଇଥିଲା ବେଙ୍ଗାଲୁରୁ। ସେଥିପାଇଁ ବେଙ୍ଗାଲୁରୁ ଲଗାତାର ଟ୍ରଫି ଜିତିବା ଏବଂ ଗୁଜରାଟ ଘରୋଇ ପରିବେଶରେ ବିଜେତା ହେବାର ଗୌରବ ଅର୍ଜନ କରିବା ଲକ୍ଷ୍ୟରେ ରହିବ। ବେଙ୍ଗାଲୁରୁ ଗତବର୍ଷ ଅହମଦାବାଦରେ ବିଜୟ ମୁକୁଟ ପିନ୍ଧିଥିବାରୁ ଏଥର ବି ସେଠାରେ ଲଗାତାର ଦ୍ବିତୀୟ ଥର ଫାଇନାଲ୍‌ ଖେଳି ଦ୍ବିତୀୟ ଟ୍ରଫି ହାତେଇବା ଆଶାରେ ଅଛି। ବେଙ୍ଗାଲୁରୁ ପଞ୍ଚମ ଏବଂ ଗୁଜରାଟ ତୃତୀୟ ଥର ଫାଇନାଲ୍‌ ଖେଳିବ।

  • Related Posts

    ନିଟ୍‌-ୟୁଜି ଓଏମ୍‌ଆର ସିଟ୍‌ରେ ତ୍ରୁଟି ; ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ୬ ପରୀକ୍ଷାର୍ଥୀ

    ନୂଆଦିଲ୍ଲୀ : ନିଟ୍‌-ୟୁଜି ୨୦୨୬ ପରୀକ୍ଷାର ଓଏମ୍‌ଆର୍ ସିଟ୍‌ରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ କରି ୬ ଜଣ ପରୀକ୍ଷାର୍ଥୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନକାରୀମାନେ…

    Continue reading
    ମନ୍ତ୍ରୀ ପଦ ନ ମିଳିବାରୁ ୨ ବିଧାୟକଙ୍କ ଇସ୍ତଫା

    ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସ କଳି ଥମିବାର ନା ଧରୁନି। ଡିକେ ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ବି ସମସ୍ୟା ସମାଧାନ ହେଉନାହିଁ। କ୍ୟାବିନେଟରେ ସ୍ଥାନ ନ ପାଇବା ପରେ କଂଗ୍ରେସର ଦୁଇ ବିଧାୟକ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ