ଆଗାମୀ ଦିନରେ ବିଜେପିର ଫୋକସ ଦକ୍ଷିଣ ଭାରତ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପିର ବଡ ବିଜୟ ପରେ ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଛି l ମୁଢ଼ି ଏବଂ ରସଗୋଲା ଖାଇ ଖୁସି ମନାଇଛନ୍ତି ନେତା ଓ କର୍ମୀମାନେ । ଏହାସହିତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜ୍ୟ ସଭାପତି ପରସ୍ପରକୁ ମୁଢ଼ି ଖୁଆଇ ଅଭିନନ୍ଦନ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, “ଐତିହାସିକ ବିଜୟ ପାଇଁ ସମସ୍ତଙ୍କୁ ଅଭିନନ୍ଦନ । ପଶ୍ଚିମ ବଙ୍ଗ, ଆସାମ ଏବଂ ପୁଡ଼ୁଚେରୀରେ ଯେଉଁ ବିଜୟ ହୋଇଛି, ତାହା ଗଣତନ୍ତ୍ରର ବିଜୟ । ବିଜେପି ଉପରେ ଭରସା ବଢ଼ିବାରେ ଲାଗିଛି । 22 ରୁ ଅଧିକ ରାଜ୍ୟରେ ଏନଡ଼ିଏ ଶାସନରେ ଅଛନ୍ତି । ଏହି ବିଜୟ ସଂଖ୍ୟାର ଖେଳ ନୁହେଁ ଜନ ପ୍ରତିବଦ୍ଧତାର ପରିଚୟ । ପ୍ରଧାନମନ୍ତ୍ରୀ ସବୁବେଳେ ପୂର୍ବ ଭାରତକୁ ଫୋକସ କରି ଆସିଥିଲେ । ଆଗାମୀ ଦିନରେ ବିଜେପିର ଫୋକସ ଦକ୍ଷିଣ ଭାରତ । ଏହି ବିଜୟରୁ ସଂକଳ୍ପ ନେଉଛୁ ଦକ୍ଷିଣ ଭାରତ ଦଖଲ କରିବୁ । ଏହି ବିଜୟ ଉତ୍ସବ ପତାକା ଉଡାଇବାର ନୁହେଁ, ନୂଆ ସଂକଳ୍ପ ନେବାର ସମୟ । ମୋର ଯେଉଁ ନିର୍ବାଚନ ମଣ୍ଡଳୀଗୁଡିକ ଦାୟିତ୍ୱ ଦିଆଯାଇ ଥିଲା ସେସବୁ ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟ ଲାଭ କରିଛି । ବଙ୍ଗ ବିଜୟ ପରେ, ଆଜି ଦିନରେ ଆଉ ଓଡିଶାକୁ ଆଳୁ ସମସ୍ୟା ରହିବ ନାହିଁ ।”

ସେ ପୁଣି କହିଛନ୍ତି, 500ରୁ ଅଧିକ ନେତା, ମନ୍ତ୍ରୀ ସମସ୍ତ ନେତୃତ୍ୱମାନେ ଦୀର୍ଘ ତିନି ମାସ ଧରି ପଶ୍ଚିମ ବଙ୍ଗରେ କାମ କରୁଥିଲେ, ତାଙ୍କ ପରିଶ୍ରମର ଫଳ ମିଳିଛି । ଆମ ସଂଗଠନକୁ ଆହୁରି ସଶକ୍ତ କରିବା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି । ତିନି ରାଜ୍ୟର ସମସ୍ତ ଭୋଟରଙ୍କୁ ଧନ୍ୟବାଦ । ଆଜିର ବିଜୟ ଗଣତନ୍ତ୍ରର ବିଜୟ, ବିଜେପିର ବିଜୟ । ମମତା ଦିଦି ମା ମାଟି ମନୁଷ କଥା କହୁଥିଲେ କିନ୍ତୁ ତା ପରିବର୍ତ୍ତେ, ତାଙ୍କ ଭାଇ ଅର୍ଥାତ ନବୀନ ବାବୁଙ୍କ ପରି କେବଳ ଭୋଟ ବ୍ୟାଙ୍କ ତିଆରି କରୁଥିଲେ ।

  • Related Posts

    EV ଭଡ଼ାରେ ନେବା ନିୟମରେ କୋହଳ

    ଭୁବନେଶ୍ବର: ସରକାରୀ କାମ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି (EV) ଭଡ଼ାରେ ନେବା ନିୟମରେ ରାଜ୍ୟ ସରକାର କୋହଳ କରିଛନ୍ତି । EV ଭଡ଼ା ପାଇଁ ଟେଣ୍ଡର ଡାକିବା ପରେ ଯଦି କୌଣସି ଉପଯୁକ୍ତ ବିଡ୍ ନ ମିଳେ, ତେବେ ପେଟ୍ରୋଲ କିମ୍ବା…

    Continue reading
    ରାଜ୍ୟ କ୍ୟାବିନେଟ:OSCMF ଓ OSSC ପାଇଁ ୧,୩୬୦ କୋଟି କର୍ପସ୍ ଫଣ୍ଡ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି । ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ