ଆଗାମୀ ସୁନାବେଶରେ ନୂଆ ଅଳଙ୍କାର ପିନ୍ଧିବେ ଶ୍ରୀଜିଉ:ମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦିନରେ ସୁନାବେଶରେ ଲାଗିବ ନୂଆ ସ୍ୱର୍ଣ୍ଣ ଅଳଙ୍କାର । ଏନେଇ ସୂଚନା ଦେଇଛନ୍ତି ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ରତ୍ନ ଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବନାହିଁ । ଏନେଇ ସରକାର ବ୍ୟବସ୍ଥା କରିବେ । ଭକ୍ତଙ୍କୁ ସ୍ୱର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ । ଶ୍ରୀଜିଉଙ୍କର କିଛି ଅଳଙ୍କାର ପତଳା ହୋଇଗଲାଣି । କିଛି ଅଳଙ୍କାର ଦବି ଯାଇଛି ବୋଲି ସେବାୟତମାନେ ଜଣାଇଛନ୍ତି । ନିକଟରେ ଛତିଶାନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀଜିଉଙ୍କ ଲାଗି ଆଉ ଗୋଟିଏ ଅଳଙ୍କାର ସେଟ୍‌ ପାଇଁ ଅନୁରୋଧ କରାଯାଇଥିଲା । ଠାକୁରଙ୍କ ଇଚ୍ଛା ଥିଲେ ଏହା ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ଶେଷ ହୋଇଛି । ଆସନ୍ତା ଅଗଷ୍ଟ ମାସରେ ଗଣତି ମଣତି ହେବାର ସମ୍ଭାବନା ରହିଛି । ଉଚ୍ଚସ୍ତରୀୟ କମିଟି ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ଦୁଇ ଜଣ ବିଶେଷଜ୍ଞ ଦେବାକୁ ଆର୍‌ବିଆଇକୁ ଚିଠି ଲେଖାଯିବ । ଯେଉଁମାନଙ୍କର ସୋମନାଥ ମନ୍ଦିର ଓ ବିଭିନ୍ନ ବଡ଼ ମନ୍ଦିରରେ ଅଳଙ୍କାର ଗଣତିରେ ଅଭିଜ୍ଞତା ଥିବ ସେହିଭଳି ବିଶେଷଜ୍ଞଙ୍କୁ ସାମିଲ କରାଯିବ । ରତ୍ନ ଅଳଙ୍କାର ରଖିବା ପାଇଁ ନୂଆ ସିନ୍ଦୁକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ । ଶତାଧିକ ବର୍ଷ ସ୍ଥାୟିତ୍ୱ ରହିବା ଭଳି ରତ୍ନଭଣ୍ଡାରକୁ ମରାମତି କରାଯାଇଛି । ମରାମତି ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିସାରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ପୁରୀ ପାଇଁ ସରକାର ବଡ଼ ଯୋଜନା କରିଛନ୍ତି । ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଏକା ସାଙ୍ଗରେ ୨୫ ଲକ୍ଷ ଭକ୍ତ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି । ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମେଗା ଯୋଜନା ହୋଇଛି । ମନ୍ତ୍ରୀ କହିଛନ୍ତି, ଚଳିତ ରଥଯାତ୍ରା ସମୟରେ ଲାକ୍ଷାଧିକ ଭକ୍ତଙ୍କ ସମାବେଶ ପରେ ଆସନ୍ତା ବର୍ଷମାନଙ୍କ ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରୁଛନ୍ତି ।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ