
ନୂଆଦିଲ୍ଲୀ: ନିଜ ନିଜ ଜିଦରେ ଅଟଳ ଆମେରିକା ଓ ଇରାନ । ପାକିସ୍ତାନର ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବିନ୍ଦ ଲାଗି ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହୋଇଛି । ଦୀର୍ଘ ୨୧ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ମାରାଥନ ବୈଠକ ପରେ କୌଣସି ଫଳ ବାହାରି ପାରିନାହିଁ । ବିନା ବୁଝାମଣାରେ ଆମେରିକା ପ୍ରତିନିଧି ଟିମ୍ ୱାସିଂଟନ ଫେରି ଯାଇଛନ୍ତି । ପାକିସ୍ତାନ ଆଲୋନଚା ବିଫଳ ହେବା ପରେ ଏବେ ହୋର୍ମୁଜ ଉପରେ ସଙ୍କଟ ବଢିଛି । ଆଜିଠାରୁ ଇରାନ ଜାହାଜକୁ ଅବରୋଧ କରିବ ଆମେରିକା। ପିସ୍ ଟକ୍ ବିଫଳ ହେବା ପରେ ଆମେରିକା କେନ୍ଦ୍ରୀୟ କମାଣ୍ଡ ଏନେଇ ବଡ଼ ଘୋଷଣା କରିଛି । ଇସଲାମାବାଦ ଟକ୍ ଫେଲ୍ ହେବା ପରେ ଏବେ ଆମେରିକା ଇରାନ ଜାହାଜକୁ ଅବରୋଧ କରିବାକୁ ଘୋଷଣା କରିଛି । ୟୁଏସ୍ କେନ୍ଦ୍ରୀୟ କମାଣ୍ଡ ଆଜି ସନ୍ଦ୍ୟା ୭ ଟା ୩୦ରୁ ଏହି ଅବରୋଧ କାର୍ଯ୍ୟକାରୀ କରିବ ।
ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ଘୋଷଣା କରିଛି ଯେ,ଏପ୍ରିଲ ୧୩ ଆର୍ଥାତ ଆଜି ସନ୍ଧ୍ୟା ୭ଟା୩୦ରୁ ଇରାନ ବନ୍ଦରଗୁଡିକର ଅବରୋଧ ଆରମ୍ଭ ହେବ । ସଇଏନଟିସିଓଏମ୍ କହିଛି ଯେ, ଇରାନ ବନ୍ଦର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରୁଥିବା କିମ୍ବା ପ୍ରସ୍ଥାନ କରୁଥିବା ଦେଶର ଜାହାଜ ବିରୋଧରେ ନିରପେକ୍ଷ ଭାବରେ ଅବରୋଧ ଲାଗୁ କରାଯିବ । ଏକ ସୋସିଆଲ ମିଡିଆ ପୋଷ୍ଟରେ, ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ଯେ, ରାଷ୍ଟ୍ରପତିଙ୍କ ଘୋଷଣା ଅନୁଯାୟୀ, ସେନା ଇରାନ ବନ୍ଦରଗୁଡିକରେ ପ୍ରବେଶ ଏବଂ ପ୍ରସ୍ଥାନ କରୁଥିବା ସମସ୍ତ ସାମୁଦ୍ରିକ ପରିବହନ ଉପରେ ଅବରୋଧ ଲାଗୁ କରିବା ଆରମ୍ଭ କରିବ । ଏହି ଅବରୋଧ ଇରାନ ବନ୍ଦର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ବ୍ୟବହାର କରୁଥିବା ସମସ୍ତ ରାଷ୍ଟ୍ରର ଜାହଜ, ଆରବ ଉପସାଗର ଏବଂ ଓମାନ ଉପସାଗରରେ ସୁବିଧା ସମେତ, ନିରପେକ୍ଷ ଭାବରେ ଲାଗୁ କରାଯିବ । ହୋର୍ମୁଜ ପ୍ରଣାଳୀ ଦେଇ ଅଣ-ଇରାନୀ ଜାହାଜକୁ ନୌଚାଳନା ସ୍ୱାଧୀନତାକୁ ବାଧା ଦେବ ନାହିଁ ।
ପାକିସ୍ତାନରେ ଆଲୋଚନା ବିଫଳ ହେବା ପରେ, ଆମେରିକା ଆଉ ଇରାନ ସହିତ ଆଲୋଚନା କରିବାକୁ ବିଶେଷ ଆଗ୍ରହୀ ନୁହେଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯଦି ଇରାନ ଆଲୋଚନା ପାଇଁ ନ ଆସେ ତେ ସେ ଚିନ୍ତିତ ନୁହଁନ୍ତି । ଆଲୋଚନା ହୁଏ କି ନ ହୁଏ କିଛି ଫରକ ପଡୁନାହିଁ । ସେମାନେ ଫେରି ଆସନ୍ତୁ କି ନାହିଁ ତାହା ମୋର ଚିନ୍ତା ନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନରେ ହୋଇଥିବା ବୈଠକ ବିଫଳ ହେବା ପରେ ଟ୍ରମ୍ପ ଇରାନ ବନ୍ଦର ଛାଡି ଯାଉଥିବା ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମେରିକୀୟ ନୌସେନା ଜାହାଜ ଅବରୋଧ କରିବ ।




