ଆଜିଠାରୁ ଇରାନ ଜାହାଜକୁ ଅବରୋଧ କରିବ ଆମେରିକା

ନୂଆଦିଲ୍ଲୀ: ନିଜ ନିଜ ଜିଦରେ ଅଟଳ ଆମେରିକା ଓ ଇରାନ । ପାକିସ୍ତାନର ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବିନ୍ଦ ଲାଗି ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହୋଇଛି । ଦୀର୍ଘ ୨୧ ଘଣ୍ଟା ​ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ମାରାଥନ ବୈଠକ ପରେ କୌଣସି ଫଳ ବାହାରି ପାରିନାହିଁ । ବିନା ବୁଝାମଣାରେ ଆମେରିକା ପ୍ରତିନିଧି ଟିମ୍ ୱାସିଂଟନ ଫେରି ଯାଇଛନ୍ତି । ପାକିସ୍ତାନ ଆଲୋନଚା ବିଫଳ ହେବା ପରେ ଏବେ ହୋର୍ମୁଜ ଉପରେ ସଙ୍କଟ ବଢିଛି । ଆଜିଠାରୁ ଇରାନ ଜାହାଜକୁ ଅବରୋଧ କରିବ ଆମେରିକା। ପିସ୍ ଟକ୍ ବିଫଳ ହେବା ପରେ ଆମେରିକା କେନ୍ଦ୍ରୀୟ କମାଣ୍ଡ ଏନେଇ ବଡ଼ ଘୋଷଣା କରିଛି । ଇସଲାମାବାଦ ଟକ୍ ଫେଲ୍ ହେବା ପରେ ଏବେ ଆମେରିକା ଇରାନ ଜାହାଜକୁ ଅବରୋଧ କରିବାକୁ ଘୋଷଣା କରିଛି । ୟୁଏସ୍ କେନ୍ଦ୍ରୀୟ କମାଣ୍ଡ ଆଜି ସନ୍ଦ୍ୟା ୭ ଟା ୩୦ରୁ ଏହି ଅବରୋଧ କାର୍ଯ୍ୟକାରୀ କରିବ ।
ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ଘୋଷଣା କରିଛି ଯେ,ଏପ୍ରିଲ ୧୩ ଆର୍ଥାତ ଆଜି ସନ୍ଧ୍ୟା ୭ଟା୩୦ରୁ ଇରାନ ବନ୍ଦରଗୁଡିକର ଅବରୋଧ ଆରମ୍ଭ ହେବ । ସଇଏନଟିସିଓଏମ୍ କହିଛି ଯେ, ଇରାନ ବନ୍ଦର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରୁଥିବା କିମ୍ବା ପ୍ରସ୍ଥାନ କରୁଥିବା ଦେଶର ଜାହାଜ ବିରୋଧରେ ନିରପେକ୍ଷ ଭାବରେ ଅବରୋଧ ଲାଗୁ କରାଯିବ । ଏକ ସୋସିଆଲ ମିଡିଆ ପୋଷ୍ଟରେ, ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ଯେ, ରାଷ୍ଟ୍ରପତିଙ୍କ ଘୋଷଣା ଅନୁଯାୟୀ, ସେନା ଇରାନ ବନ୍ଦରଗୁଡିକରେ ପ୍ରବେଶ ଏବଂ ପ୍ରସ୍ଥାନ କରୁଥିବା ସମସ୍ତ ସାମୁଦ୍ରିକ ପରିବହନ ଉପରେ ଅବରୋଧ ଲାଗୁ କରିବା ଆରମ୍ଭ କରିବ । ଏହି ଅବରୋଧ ଇରାନ ବନ୍ଦର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ବ୍ୟବହାର କରୁଥିବା ସମସ୍ତ ରାଷ୍ଟ୍ରର ଜାହଜ, ଆରବ ଉପସାଗର ଏବଂ ଓମାନ ଉପସାଗରରେ ସୁବିଧା ସମେତ, ନିରପେକ୍ଷ ଭାବରେ ଲାଗୁ କରାଯିବ । ହୋର୍ମୁଜ ପ୍ରଣାଳୀ ଦେଇ ଅଣ-ଇରାନୀ ଜାହାଜକୁ ନୌଚାଳନା ସ୍ୱାଧୀନତାକୁ ବାଧା ଦେବ ନାହିଁ ।
ପାକିସ୍ତାନରେ ଆଲୋଚନା ବିଫଳ ହେବା ପରେ, ଆମେରିକା ଆଉ ଇରାନ ସହିତ ଆଲୋଚନା କରିବାକୁ ବିଶେଷ ଆଗ୍ରହୀ ନୁହେଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯଦି ଇରାନ ଆଲୋଚନା ପାଇଁ ନ ଆସେ ତେ ସେ ଚିନ୍ତିତ ନୁହଁନ୍ତି । ଆଲୋଚନା ହୁଏ କି ନ ହୁଏ କିଛି ଫରକ ପଡୁନାହିଁ । ସେମାନେ ଫେରି ଆସନ୍ତୁ କି ନାହିଁ ତାହା ମୋର ଚିନ୍ତା ନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନରେ ହୋଇଥିବା ବୈଠକ ବିଫଳ ହେବା ପରେ ଟ୍ରମ୍ପ ଇରାନ ବନ୍ଦର ଛାଡି ଯାଉଥିବା ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମେରିକୀୟ ନୌସେନା ଜାହାଜ ଅବରୋଧ କରିବ ।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ