ଆଜିଠାରୁ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଆଜିଠାରୁ ଯୁକ୍ତ୨ କଳା ଓ ବାଣିଜ୍ୟର ଥିଓରୀ ପରୀକ୍ଷା ଆରମ୍ଭ ହେଉଛି। ଅନ୍ୟପକ୍ଷରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା(ଏମ୍‌ଆଇଏଲ) ଓଡ଼ିଆ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ହୋଇଛି। ପ୍ରଥମ ଦିନ ନକଲ (କପି) କରି ଜଣେ ବିଦ୍ୟାର୍ଥୀ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଆସନ୍ତା ୧୯ରେ ମୋଟ ୨ ଲକ୍ଷ ୧୫ ହଜାର ପରୀକ୍ଷାର୍ଥୀ କଳା ଓ ବାଣିଜ୍ୟ ପାଠ୍ୟକ୍ରମର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ। ରାଜ୍ୟର ମୋଟ ୧୨୭୬ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଧାର୍ୟ୍ୟ ନିୟମ ମୁତାବକ ସକାଳ ୯ଟା ୩୦ରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବ। ସକାଳ ୯ଟା ୪୫ରେ ପରୀକ୍ଷା ଖାତା ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ। ସକାଳ ୯ଟା ୫୫ରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପୂର୍ବାହ୍ଣ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ପର‌୍ୟ୍ୟନ୍ତ ଚାଲିବ।

  • Related Posts

    ପ୍ରାକ୍‌ ନିର୍ବାଚନୀ ହିଂସା: ବ୍ୟାସନଗର ମହାବିଦ୍ୟାଳୟରେ ଫୁଟିଲା ବୋମା

    ଯାଜପୁର: ଦୀର୍ଘ 8 ବର୍ଷ ପରେ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏହା ପୂର୍ବରୁ କଲେଜ ମାନଙ୍କରେ ଦେଖିବାକୁ ମିଳିଲାନି ପ୍ରାକ୍‌ ନିର୍ବାଚନୀ ହିଂସା । ଆଜି(ଗୁରୁବାର) ଭୋର୍‌ ସମୟରେ ଯାଜପୁର ଜିଲ୍ଲାର…

    Continue reading
    ୧୨ ତାରିଖ ବେଳକୁ ଘୂର୍ଣ୍ଣିବଳୟ!

    ଭୁବନେଶ୍ୱର: ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଆଣ୍ଡାମାନ ସାଗରରେ ଲଘୁଚାପ ହୋଇପାରେ । କିନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଆଉ କେଉଁ ଦିଗକୁ ଯିବ, ତାହା ଏବେଠୁ କହିବା ମୁସ୍କିଲ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ