ଆଜିଠୁ କଳାବ୍ୟାଜ୍‌ ପିନ୍ଧିବେ ଆୟୁଷ ଡାକ୍ତର

ଭୁବନେଶ୍ବର : ଆସନ୍ତା ୨୬ ତାରିଖ ମଧ୍ୟରେ ସରକାର ଆୟୁଷ ଡାକ୍ତରଙ୍କ ଦାବି ପୂରଣ ନକଲେ ୨୭ରୁ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ କାର୍ୟ୍ୟବନ୍ଦ ଆନ୍ଦୋଳନ କରିବେ ୧୪୮୫ ଆୟୁଷ ଡାକ୍ତର। ଏହି ପରିପ୍ରେକ୍ଷୀରେ ଆଜିଠୁ ୨୬ ତାରିଖ ପର୍ୟ୍ୟନ୍ତ ସମସ୍ତ ଡାକ୍ତର କଳାବ୍ୟାଜ୍‌ ପିନ୍ଧି କାର୍ୟ୍ୟ କରିବେ। ଏ ସମ୍ବନ୍ଧରେ ସଂଘ ପକ୍ଷରୁ ଗତ ୧୧ରୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଓ ଆୟୁଷ ନିର୍ଦେଶକଙ୍କୁ ଅବଗତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାୟୀ ନିଯୁକ୍ତି, ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାଧିକାରୀଙ୍କ ସହିତ ଚାକିରି ଅବଧି ଆଧାରରେ ସମାନ ଦରମା ପ୍ରଦାନ, ଆୟୁଷ ବହିର୍ବିଭାଗକୁ ନିୟମିତ ଆୟୁର୍ବେଦ ଓ ହୋମିଓପାଥି ଔଷଧ ଯୋଗାଣ, ଚାକିରି ଭିତରେ ଉଚ୍ଚଶିକ୍ଷା ନିମନ୍ତେ ବ୍ୟବସ୍ଥା, ନିଜକୁ ଓ ନିର୍ଭରଶୀଳ ପରିବାର ସଦସ୍ୟଙ୍କୁ ବାର୍ଷିକ ୨୦ ଲକ୍ଷ ସ୍ବାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ କରିବା, ଚାକିରି ଅବଧି ଭିତରେ ମୃତ୍ୟୁ ଘଟୁଥିବା ଆୟୁଷ ଡାକ୍ତରଙ୍କ ପରିବାରକୁ ୪୦ ଲକ୍ଷ ଏକ କାଳୀନ ରାଶି ପ୍ରଦାନ ଆଦି ୬ ଦାବିକୁ ନେ଼ଇ ଆୟୁଷ ଡାକ୍ତର ଆନ୍ଦୋଳନ କରୁଥିବା ସଭାପତି ଡା. ପ୍ରଶାନ୍ତ କୁମାର ପାଢ଼ୀ କହିଛନ୍ତି। ଦାବି ପୂରଣ ନ ହେଲେ ୨୭ରୁ ରାଜ୍ୟର ସମସ୍ତ ଆୟୁଷ ଡାକ୍ତର ଲୋୟର ପିଏମଜିଠାରେ ଆପ୍ରୋନ ଓ ଷ୍ଟେଥୋ ପରିଧାନ କରି ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ସାଧାରଣ ସମ୍ପାଦକ ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁ କହିଛନ୍ତି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ