ଆଜିଠୁ ଟ୍ରେନ ବୁକିଂ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜିଠୁ ଟ୍ରେନ ବୁକିଂ ନିୟମରେ ପରିବର୍ତ୍ତନ । ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ଆଜିଠାରୁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ ହୋଇଛି । ଯଦି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ୨ ମାସ ଆଗରୁ ଅର୍ଥାତ ୬୦ ଦିନ ପୂର୍ବରୁ ଟିକେଟ ବୁକିଂ କରିବାକୁ ହେବ । ପୂର୍ବରୁ ଏହି ସମୟ ସୀମା ୪ ମାସ ବା ୧୨୦ ଦିନ ଥିଲା । ଏହି ନିୟମକୁ ରେଳବାଇ ଗତ ମାସରେ ପରିବର୍ତ୍ତନ କରି ବୁକିଂ ସମୟ ସୀମାକୁ ହ୍ରାସ କରିଥିଲା ।ଟ୍ରେନ ଯାତ୍ରା ଯୋଜନା ପାଇଁ ୧୨୦ ଦିନ ବହୁତ ଲମ୍ବା ଥିଲା । ଫଳ ସ୍ୱରୂପ ଯାତ୍ରୀମାନେ ଯାତ୍ରା ପାଇଁ ନଆସିବାରୁ ବାତିଲ ଏବଂ ସିଟ୍ / ବର୍ଥର ଅପଚୟ ହେଉଥିଲା । ବର୍ତ୍ତମାନ ସମୟରେ ପ୍ରାୟ ୨୧ ପ୍ରତିଶତ ବାତିଲ ହୁଏ ଏବଂ ୪ ରୁ ୫ ପ୍ରତିଶତ ଯାତ୍ରୀ ଯାତ୍ରା କରନ୍ତି ନାହିଁ । ଏବେ କିନ୍ତୁ ସମୟସୀମା ପରିବର୍ତ୍ତନ ହେବାରୁ ଏହି ସମସ୍ୟା ଦୂର ହେବ ।ଯଦି ଆପଣ ଭବିଷ୍ୟତରେ ଭ୍ରମଣ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଟିକେଟ ବୁକିଂ ବିଷୟରେ ସତର୍କ ରହିବାକୁ ପଡିବ । ନଚେତ ଏକ କନଫର୍ମ ଟିକେଟ ପାଇବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ । ଆଡଭାନ୍ସ ଟିକେଟ ବୁକିଂର ସମୟ ମାତ୍ର ୬୦ ଦିନ ହୋଇଥିବାରୁ ଯାତ୍ରୀମାନଙ୍କୁ ଟିକେଟ କନଫର୍ମ ପାଇଁ ଶୀଘ୍ର ଟିକେଟ ବୁକ କରିବାକୁ ପଡିବ । IRCTC ଆପ୍ କିମ୍ବା ୱେବସାଇଟରେ ଟିକେଟ୍ ବୁକ୍ କରିପାରିବେ ଟ୍ରେନ ଯାତ୍ରୀ । ଅଥବା ରେଳ ଷ୍ଟେସନ ରିଜର୍ଭେସନ କାଉଣ୍ଟରକୁ ଯାଇ ମଧ୍ୟ ଟ୍ରେନ ଟିକେଟ ବୁକିଂ କରିପାରିବେ । ତେବେ ପୂର୍ବରୁ ବୁକିଂ ହୋଇଥିବା ଟ୍ରେନ ଟିକେଟ ଉପରେ ଏହାର ପ୍ରଭାବ ପଡିବ ନାହିଁ ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ