
ଭୁବନେଶ୍ୱର: ଆଜିଠୁ ବଦଳିବ ପାଗର ମିଜାଜ୍। କମିବ ଝଡ଼ବର୍ଷା ପ୍ରଭାବ। କିନ୍ତୁ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଜାରି ରହିବ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବଜ୍ରପାତ ସହ ଝଡ଼ବର୍ଷା ନେଇ ଆଜି ପାଇଁ ୨ ଜିଲ୍ଲା ମୟୁରଭଞ୍ଜ ଓ ବାଲେଶ୍ବରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ୧୦ ଜିଲ୍ଲାକୁ ଦିଆଯାଇଛି ୟେଲୋ ଚେତାବନୀ। ସେସବୁ ଜିଲ୍ଲାର କିଛି ସ୍ଥାନରେ ଘଣ୍ଟାପ୍ରତି ୩୦-୪୦ ଓ କେତେକ ସ୍ଥାନରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଆଜିଠୁ ଝଡ଼ବର୍ଷା ପ୍ରଭାବ କମିବ। ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ମୟୁରଭଞ୍ଜ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ ବିଭାଗ କହିଛି, ଆସନ୍ତା ୨ ଦିନରେ ଦିନ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଖସିପାରେ। ତାପରେ ଆସନ୍ତା ୫ ଦିନରେ ପାରଦ ୨-୩ ଡିଗ୍ରୀ ସେଲସିୟସ୍ ଯାଏଁ ବଢ଼ିବା ସମ୍ଭାବନା ରହିଛି।




