ଆଜିର ଯୁବ ଏକଲବ୍ୟମାନେ ମହାନ୍ ଭାରତବର୍ଷର ଭବିଷ୍ୟତ ଲେଖିବେ: ମାନ୍ୟବର ମନ୍ତ୍ରୀ

ଭୁବନେଶ୍ବର : ଉଦଯାପିତ ହୋଇଛି ଚାରି ଦିବସୀୟ ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ 2024- ‘ଉଦ୍ଭବ’ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏଥିସହିତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ନ୍ୟାସନାଲ୍ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ (NESTS)ର ଯୁଗ୍ମ ଆୟୁକ୍ତ ଶ୍ରୀ ଅନୁପମ୍ ସୋନଲକର୍ ଏବଂ ଓଡ଼ିଶା ମଡ଼େଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି (OMTES)ର ସଚିବ ତଥା ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡ ଯୋଗ ଦେଇ କହିଛନ୍ତି, ଏହି ଯୁବ ଏକଲବ୍ୟମାନେ ମହାନ୍ ଭାରତବର୍ଷର ଭବିଷ୍ୟତ ଲେଖିବେ । ସେମାନଙ୍କ ପ୍ରସ୍ତୁତି ଏବଂ ପ୍ରଦର୍ଶନ ଦେଖି ଖୁସି ଲାଗୁଛି । ନିଜର ତଥା ଜନ୍ମଭୂମିର ଗୌରବ ରକ୍ଷା ପାଇଁ ଏବେଠାରୁ ପ୍ରସ୍ତୁତ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି । ସେ ଏହାମଧ୍ୟ କହିଛନ୍ତି ଯେ, ଆଜି ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଅବସରରେ ଜନଜାତିଙ୍କ ବିକାଶ ପାଇଁ ଅନେକ ଉନ୍ନୟନମୂଳକ ପ୍ରକଳ୍ପକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଶୁଭାରମ୍ଭ କରିଛନ୍ତି । ଏହା ଜନଜାତିଙ୍କ ସାମଗ୍ରିକ ବିକାଶ କ୍ଷେତ୍ରରେ ସହାୟକ ହେବ । ଏଥିସହିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗଠନ ଦିଗରେ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ବିଷୟରେ ଆଲୋଚନା କରିଛନ୍ତି । ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଗଣ୍ଡ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିବା ସହ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି ।

 

ଏଥିସହ ବିଭାଗର ପ୍ରମୁଖ ଶାସନ ସଚିବ ସ୍ବାଗତ ଅଭିଭାଷଣ ରଖି ସମସ୍ତ ସହଯୋଗୀ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନ୍ୟାସନାଲ୍ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ (NESTS) ର ସହଯୋଗ ପାଇଁ ସାଧୁବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ବ୍ୟାପକ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି । ଏଥିସହିତ କାର୍ଯ୍ୟକ୍ରମର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେହପରି ଯୁଗ୍ମ ଆୟୁକ୍ତ ଶ୍ରୀ ଅନୁପମ୍ ସୋନଲକର୍ ପ୍ରଥମ ଥର ‘ଉଦ୍ଭବ’ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଭବ୍ୟ ଓ ସଫଳ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ସମେତ ପ୍ରମୁଖ ଶାସନ ସଚିବ ଓ ନିର୍ଦ୍ଦେଶକଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି । ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଉଦଯାପନୀ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଶିଷ୍ଟ ଅତିଥି, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

 

ସୂଚନାଯୋଗ୍ୟ, ନଭେମ୍ବର 12 ରୁ ଆରମ୍ଭ ହୋଇଥିବା ଜାତୀୟସ୍ତରୀୟ ଉତ୍ସବରେ 22 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର 1400 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଓ କନିଷ୍ଠ ବର୍ଗ ମିଶି ମୋଟ୍ 42 ଟି ପ୍ରକାର ପ୍ରତିଯୋଗିତା ଏବଂ କର୍ମଶାଳାର ଆୟୋଜନ କରାଯାଇଥିଲା । ଆୟୋଜିତ ସମସ୍ତ ପ୍ରତିଯୋଗିତା ମଧ୍ୟରେ ସର୍ବାଧିକ ପୁରସ୍କାର ଓଡ଼ିଶାର ଛାତ୍ରଛାତ୍ରୀମାନେ ହାସଲ କରି ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ସମ୍ମାନିତ କରାଯାଇଛି । ଉଦଯାପନୀ ସନ୍ଧ୍ୟାରେ ଅନ୍ୟ ରାଜ୍ୟରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ତାଙ୍କର ନିଆରା ଅନୁଭୂତିକୁ ମଧ୍ୟ ବର୍ଣ୍ଣନା କରିଥିଲେ । ଏଥିସହ ପ୍ରତିଯୋଗିତାରେ ବିଜୟୀ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଦଯାପନୀ ସମାରୋହରେ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

Related Posts

ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

Continue reading
ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ