ଆଜି ଚତୁର୍ଥ ଟି୨୦: ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ଲକ୍ଷ୍ନୌ : ଦକ୍ଷିଣ ଆଫ୍ରିକାର ଚଳିତ ଭାରତ ଗସ୍ତ​‌େ​‌ର କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ଟେଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ଅପ୍ରତ୍ୟାଶିତ ଭାବେ ଉଭୟ ଟେଷ୍ଟକୁ ଜିତି ଭାରତକୁ ଚକିତ କରିଥିଲା। ପରେ ଦିନିକିଆ ଶୃଙ୍ଖଳା ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ଭାରତ ଏହାକୁ ୨-୧ରେ ଜିତିଥିଲା। ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଅଦ୍ୟାବଧି କଡ଼ା ମୁକାବିଲା ଦେଖିବାକୁ ମିଳିଛି। କଟକରେ ଭାରତ ସହଜରେ ଜିତିଥିବା ବେଳେ ନ୍ୟୁ ଚଣ୍ଡିଗଡ଼ରେ ବଡ଼ ବିଜୟ ହାସଲ କରିଥିଲା ଦକ୍ଷିଣ ଆଫ୍ରିକା। ତୃତୀୟ ଟି୨୦ରେ ଭାରତ ସହଜ ବିଜୟ ହାସଲକରି ପାଞ୍ଚ ମ୍ୟାଚ୍‌ର ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ବୁଧବାର ଏଠାରେ ଚତୁର୍ଥ ଟ୍ବେଣ୍ଟି୨୦ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ଭାରତ ରହିଛି। ଶୃଙ୍ଖଳା ପରାଜୟରୁ ବଞ୍ଚିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବାକୁ ପଡ଼ିବ। ତେଣୁ ବେଶ୍‌ ରୋଚକ ମୁକାବିଲା ଦେଖିବାକୁ ପଡ଼ିବ। ଭାରତୀୟ ଦଳର ଏକାଦଶକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ହେଲେ ଠିକ୍‌ ଏକାଦଶ ପାଇବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ବାରମ୍ବାର ପରିବର୍ତ୍ତନ କରୁଛି।

ପେସ୍‌ ଆକ୍ରମଣରେ ଦକ୍ଷିଣ ଆଫ୍ରିକା ତୁଳନାରେ ଭାରତ ଅଧିକ ଶକ୍ତିଶାଳୀ ଅଛି। ଧର୍ମଶାଳା ମ୍ୟାଚ୍‌ରେ ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ଚମତ୍କାର ବୋଲିଂ କରିଥିଲେ। ଉଭୟ ଲକ୍ଷ୍ନୌ ମ୍ୟାଚ୍‌ରେ ବୋଲିଂ ଓପନ୍‌ କରିବା ନିଶ୍ଚିତ। ଭାରତର ସଫଳତମ ଟ୍ବେଣ୍ଟି୨୦ ବୋଲର ଅର୍ଶଦୀପ ଦ୍ବିତୀୟ ମ୍ୟାଚ୍‌ରେ ଦୁର୍ବଳ ବୋଲିଂକରିବା ପ​‌େ​‌ର ଧର୍ମଶାଳା ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ଏହି ଦୁଇ ପେସ୍‌ ବୋଲରଙ୍କୁ ୱିକେଟ୍‌ ନ ଦେଲେ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର୍‌ କରିପାରିବ। ଧର୍ମଶାଳାରେ ଭାରତୀୟ ପେସ୍‌ ବୋଲର ଦକ୍ଷିଣ ଆଫ୍ରିକାର ପ୍ରଥମ ୬ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଆଉଟ୍‌ କରିଥିଲେ। ଆହତ ଥିବା ଅକ୍ଷର ପଟେଲ ବାକି ୨ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବ୍ୟକ୍ତିଗତ କାରଣରୁ ତୃତୀୟ ଟ୍ବେଣ୍ଟି୨୦ ଖେଳିନଥିବା ଯଶପ୍ରୀତ ବୁମ୍‌ରା ଏହି ମ୍ୟାଚ୍‌ ଖେଳିବାର ସମ୍ଭାବନା କମ୍‌।
ଲକ୍ଷ୍ନୌ କିମ୍ବା ଅହମ୍ମଦାବାଦରେ ଯଦି ଭାରତ ବିଜୟୀ ହୁଏ; ତେବେ କ୍ରମାଗତ ୧୪ଟି ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିବାରେ ସଫଳ ହେବ। ଏହି ମ୍ୟାଚ୍‌ରେ ମଧ୍ୟ ଶୁଭମନ ଗିଲ୍‌ ଓ ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ବ୍ୟାଟିଂ ଫର୍ମକୁ ନେଇ ମଧ୍ୟ ଚର୍ଚ୍ଚା ହେବ। ଦୁହେଁ କେବଳ ଚଳିତ ଶୃଙ୍ଖଳା ନୁହେଁ; ୨୦୨୫ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପାଇଁ ସମାନ ସ୍ଥିତିରେ ଅଛନ୍ତି ଓପ୍‌ନର ରିଜା ହେଣ୍ଡ୍ରିକସ। ଗତ ୨ଟି ମ୍ୟାଚ୍‌ରେ ହେଣ୍ଡ୍ରିକ୍‌ସ ବିଫଳ ହୋଇଛନ୍ତି। ଭାରତ ବିପକ୍ଷରେ ହେଣ୍ଡ୍ରିକ୍‌ସ ୧୫ଟି ଟି୨୦ ଇନିଂସ ଖେଳି ଥରେ ମାତ୍ର ୫୦ ରନ୍‌ ଅତିକ୍ରମ କରିଛନ୍ତି। ବୁମ୍‌ରା ଓ ଅକ୍ଷରଙ୍କ ଅନୁପସ୍ଥିତିରେ ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଭାରତ ଖେଳିବ। ଦକ୍ଷିଣ ଆଫ୍ରିକା ଗୋଟିଏ ପରିବର୍ତ୍ତନ କରିପାରେ। ଯଦି ଏହା ଅତିରିକ୍ତ ପେସ୍‌ ବୋଲରଙ୍କୁ ଖେଳାଇବାକୁ ଚାହିଁବ; ତେବେ ଆନ୍‌ରିକ୍‌ ନୋର୍ଖିୟା ଖେଳିବେ।

ତେବେ ଏହି ସ୍ଥାନରେ ଜଣେ ବିଶେଷଜ୍ଞ ସ୍ପିନରଙ୍କୁ ଖେଳାଇବାକୁ ଚାହିଁଲେ କେଶବ ମହାରାଜ ଓ ଜର୍ଜ ଲିଣ୍ଡେଙ୍କ ମଧ୍ୟରୁ ଜଣେ ଖେଳିବେ। ବ୍ୟାଟିଂ ଲାଇନ୍‌ରେ ଟ୍ରିଷ୍ଟାନ୍ ଷ୍ଟବ୍‌ସଙ୍କ ସ୍ଥାନରେ ଅଭିଜ୍ଞ ଡେଭିଡ୍‌ ମିଲର ଖେଳିପାରନ୍ତି। ତେବେ ବଡ଼ ସ୍କୋର୍‌ କରିବାକୁ ହେଲେ ଦକ୍ଷିଣ ଆଫ୍ରିକା ଚାହିଁବ ​‌େ​‌ଯ କ୍ବିଣ୍ଟନ ଡି କକ୍‌, ରିଜା ହେଣ୍ଡ୍ରିକ୍‌ସ, ଐଡେନ ମାର୍କରାମ ଓ ଡିୱାଲ୍‌ଡ ବ୍ରେଭିସ୍‌ ଖେଳିପାରନ୍ତି। ଲକ୍ଷ୍ନୌର ପାଗ ଥଣ୍ଡା ଥିବାରୁ ସ୍ପିନରଙ୍କ ଅପେକ୍ଷା ପେସ୍‌ ବୋଲରଙ୍କୁ ଅଧିକ ସହାୟତା ମିଳିବ। ଅଧିକ କାକର ଯୋଗୁଁ ଉଭୟ ଦଳ ରନ୍‌ର ପିଛା କରିବାକୁ ଚାହିଁବେ। ପିଚ୍‌ ବ୍ୟାଟିଂ ସହାୟକ ଥିବାରୁ ଅଧିକ ରନ୍‌ ହୋଇପାରେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ