ନୂଆଦିଲ୍ଲୀ,22।09: ଆଜିଠୁ ନବରାତ୍ର ଆରମ୍ଭ ହେଉଛି । ନବରାତ୍ରର ପ୍ରଥମ ସୂର୍ଯ୍ୟୋଦୟରୁ ଦେଶରେ ଲାଗୁ ହେଲା ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍ଟି) । ଦେଶ ହିତରେ ଜିଏସଟିରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି । ନାଗରିକ ଦେବ ଭବଃ ଧାରାରେ ଏହାକୁ ଦେଶବାସୀ ସଞ୍ଚୟ ଉତ୍ସବ ରୂପେ ପାଳନ କରିବେ । ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହେବ । ଏଥର ଆୟକର ସ୍ଲାବରେ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା କରଦାତାଙ୍କୁ ଆୟକର ମୁକ୍ତ କରାଯାଇଛି । ଉଭୟ ଆର୍ଥିକ ଫାଇଦାକୁ ଯୋଡିଲେ ଏହା ଦ୍ୱାରା ଦେଶବାସୀ ବାର୍ଷିକ ୨.୫ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିବେ । ଆର୍ଥିକ ଦୃଷ୍ଟିରୁ ଏହା ସିଧାସଳଖ ଦେଶକୁ ଫାଇଦା ଦେବ । ନୂଆ ଜିଏସ୍ଟିରେ କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଟିକସ ସ୍ଲାବ୍ ରହିବ। ଅର୍ଥାତ୍ ଅଧିକାଂଶ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହେବ। ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ, ବ୍ରସ୍, ପେଷ୍ଟ୍, ସ୍ବାସ୍ଥ୍ୟ ଓ ଜୀବନବୀମା ଭଳି ଅନେକ ସାମଗ୍ରୀ, ସେବା ଟିକସମୁକ୍ତ ହେବ କିମ୍ବା କେବଳ ୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ପୂର୍ବରୁ ଯେଉଁସବୁ ସାମଗ୍ରୀ ଉପରେ ୧୨ ପ୍ରତିଶତ ଜିଏସ୍ଟି ଦେବାକୁ ପଡ଼ୁଥିଲା ସେଥିରୁ ୯୯ ପ୍ରତିଶତ ସାମଗ୍ରୀକୁ ୫ ପ୍ରତିଶତ ଜିଏସ୍ଟିକୁ ଅଣାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୋମବାର ଠାରୁ ଦେଶରେ ଜିଏସଟି ୨.୦ କାର୍ଯ୍ୟକାରୀ ହେଉଛି । ଜିଏସଟି ୨.୦କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ସହିତ ଏହା ଦେଶକୁ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ମୋଦୀ । ଜିଏସଟି ୨.୦ କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦୋବାସୀଙ୍କୁ ସମ୍ବୋଧନ କରିଥିଲେ ।
ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍ଶୀଘ୍ର ସାରା ଓଡ଼ିଶାର କଲେଜ…








