
ଭୁବନେଶ୍ୱର: ଶନିବାର ହେଉଛି ଦହିବରା ଆଳୁଦମ୍ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଯେତେବେଳ ଦହିବରା ଆଳୁଦମ୍ କଥା ମନକୁ ଆସେ ସେତେବେଳେ କଟକରେ ମିଳୁଥିବା ସୁଆଦିଆ ଦହିବରା ଆଳୁଦମ୍ କଥା ମନେପଡ଼େ। ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଏହାର ଚାହିଦା ପରିଲକ୍ଷିତ ହେଲାଣି। ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ୟ୍ୟନ୍ତ, ଏହା ସମସ୍ତଙ୍କର ପ୍ରିୟ ହୋଇଥାଏ। ଯାତ୍ରା ହେଉ ଅବା ମେଳା ସବୁଠାରେ ଦହିବରାର ଷ୍ଟଲ୍ ଦେଖିବାକୁ ମିଳିଥାଏ। ବେଳେବେଳେ ସାରା ଦିନର ଭୋକକୁ ମେଣ୍ଟେଇଦିଏ ମଧ୍ୟ ଏହି ଦହିବରା।
ସେହିପରି ଦହିବରାର ଲୋକପ୍ରିୟତା କଟକ ଭଳି ରାଜଧାନୀରେ ମଧ୍ୟ ପରିଲକ୍ଷିତ ହେଉଛି। କଟକର ସେହି ସ୍ୱାଦ ଏବେ ଲୋକ ରାଜଧାନୀରେ ମଧ୍ୟ ପାଇପାରୁଛନ୍ତି। ପ୍ରକାଶଥାଉକି, ୨୦୨୦ରେ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ଓଡ଼ିଶାର ଦହିବରାକୁ ପୁରସ୍କାର ମିଳିଥିଲା। ତେଣୁ ଅନେକ ସମୟରେ ଏହି କଟକ ପ୍ରସିଦ୍ଧ ଦହିବରାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଛି।ମ