ଆଜି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

କଟକ : ମୋତେ ରକ୍ତ ଦିଅ , ମୁଁ ତୁମକୁ ସ୍ଵାଧୀନତା ଦେବି । ଏହି ପକ୍ତିଟି ଯେତେବେଳେ ମନକୁ ଆସେ ,ମନେ ପଡିଯାଆନ୍ତି ପରାକ୍ରମୀ ପୁରୁଷ ସୁବାଷ ଚନ୍ଦ୍ର ବୋଷ। ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୮ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆଜି ସାରା ଦେଶ ପାଳନ କରୁଛି ପରାକ୍ରମ ଦିବସ। ପରାକ୍ରମୀ ଯୁଗଜନ୍ମାଙ୍କୁ ଆଜି ମନେ ପକାଉଛି ସାରା ଦେଶ। ୧୮୯୭ ଜାନୁଆରୀ ୨୩ ତାରିଖ କଟକରେ ତାଙ୍କର ଜନ୍ମ। ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମାଆଙ୍କ ନାମ ପ୍ରଭାବତୀ ଦତ୍ତ। କଟକ ରେଭେନ୍ସା କଲିଜିଏଟରୁ ସ୍କୁଲ ଶିକ୍ଷା ସମାପ୍ତ ପରେ କୋଲକାତାର ପ୍ରେସିଡେନ୍ସି କଲେଜରୁ ଉଚ୍ଚ ଶିକ୍ଷା ହାସଲ କରିଥିଲେ। ଉଚ୍ଚ ଶିକ୍ଷା ସମାପ୍ତ ପରେ ୧୯୧୯ ମସିହାରେ ସେ ଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତୀତ୍ଵ ହାସଲ କରିଥିଲେ। କିନ୍ତୁ ଦେଶପ୍ରେମ ତାଙ୍କୁ ଉଦବୁଧ୍ କରିଥିଲା। ଦେଶ ମାତୃକାର ସେବା କରିବାକୁ ସେ ମନସ୍ଥ କରିଥିଲେ। ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀରେ ଆୟୋଜିତ ସ୍ଵତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାରା ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ମଧ୍ୟ ପାଳନ କରାଯାଉଛି।

  • Related Posts

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

    Continue reading
    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ