
ଭୁବନେଶ୍ୱର: ଆଜି ବିଏମ୍ସି କର୍ପୋରେସନ ବୈଠକ ଅନୁଷ୍ଠିତ ହେବ । ତା ପୂର୍ବରୁ ସମସ୍ତ ଷ୍ଟାଣ୍ଡିଂ କମିଟି ବୈଠକ ସରିଛି । ବୈଠକରେ ସହର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିବ । ଚଳିତବର୍ଷ ଜଳବନ୍ଦୀ ସହର ବୁଡିଛି । ତେଣୁ ନୂଆ ଡ୍ରେନ୍ ନିର୍ମାଣ ଉପରେ ମୋହର ବାଜିବ । ସେହିପରି ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବ । ଏହା ସହ ଉଠାଦୋକାନୀଙ୍କୁ ଉଚ୍ଛେଦକୁ ନେଇ ଉଭୟ ବିଜେଡି ଏବଂ ବିଜେପି କର୍ପୋରେସନ ବୈଠକରେ ପ୍ରସଙ୍ଗ ଉଠାଇବେ ।



