ଆଜି ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ: ତେଜିବ ବିଜୁ ଲିଗାସି ରାଜନୀତି

ଭୁବନେଶ୍ୱର:ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ରାଜ୍ୟବ୍ୟାପୀ ବ୍ୟାପକ ଆୟୋଜନ । ବନ୍ଧା ସରିଛି ରାଜନୈତିକ ମଞ୍ଚ । ତେଜିବ ବିଜୁ ଲିଗାସି ବୟାନବାଜି ଓ ରାଜନୀତି । ୨୦୨୬ର ଏପ୍ରିଲ ୧୭ ଓଡ଼ିଶା ରାଜନୀତି ପାଇଁ ଏକ ନୂଆ ଚର୍ଚ୍ଚା ଓ ସମୀକରଣର ମୂଳଦୁଆ ପକାଇବ ବୋଲି ଚର୍ଚ୍ଚା ହେଉଛି । ଓୟୁଏଟିରେ ଓଡ଼ିଶା ନାଗରିକ ମଞ୍ଚ ବ୍ୟାନରରେ ଏକାଠି ହେବେ ବିଜୁଙ୍କ ପୁରୁଣା ଅନୁଗତ ।

ସେପଟେ ରାଜ୍ୟର ଶଙ୍ଖ ଭବନ ସହ ସମସ୍ତ ନିର୍ବାଚନମଣ୍ଡଳୀରେ ବିଜେଡି ପାଳିବ ବିଜୁଙ୍କ ଶ୍ରାଦ୍ଧ ଦିବସ । ଏହି ଦିବସକୁ ବିଜେଡି ପ୍ରବାଦ ପୁରୁଷ ଦିବସ ଭାବେ ପାଳନ କରୁଛି । ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହାସହ ବିଜେଡି ସଂସଦୀୟ ଦଳ ପକ୍ଷରୁ ଦିଲ୍ଲୀର କନଷ୍ଟିଟ୍ୟୁସନ କ୍ଲବରେ ସନ୍ଧ୍ୟାରେ ବିଜୁବାବୁଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ ହେବ । ଏଥିରେ ଉପସ୍ଥିତ ରହିବେ ନିଜେ ନବୀନ ।

ଅନ୍ୟପଟେ ସକାଳ ୧୦ଟାରେ ଓୟୁଏଟି ସମ୍ମିଳନୀ କକ୍ଷରେ ଓଡ଼ିଶା ନାଗରିକ ମଞ୍ଚର କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ରମ ନେଇ ବିଜୟ ମହାପାତ୍ର କହିଛନ୍ତି, ବିଜୁବାବୁଙ୍କ ପାଇଁ ସମସ୍ତେ ଏକାଠି ହେବେ । ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ । ସୌମ୍ୟ କହିଛନ୍ତି, ଓଡ଼ିଶାକୁ ଭଲ ପାଉଥିବା ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ସରକାରୀ ସ୍ତରରେ ବି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ବିଧାନସଭା ପରିସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସକାଳେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀଗଣ, ବିଧାୟକମାନେ ଶ୍ରଦ୍ଧା ସୁମନ ଅର୍ପଣ କରିବେ ।

  • Related Posts

    ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସମ୍ମିଳିତ ସ୍ୱର ଉତ୍ତୋଳନ ହେବ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି: ନବୀନ

    ଭୁବନେଶ୍ୱର: ଭାରତର ଗୌରବ, ସାହସ ସଂକଳ୍ପର ଜୀବନ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧା ଓ ଗରିମାମୟ ଭାବରେ “ପ୍ରବାଦ ପୁରୁଷ ଦିବସ” ଭାବେ ପାଳିତ ହୋଇଯାଇଛି । ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ…

    Continue reading
    ନବୀନଙ୍କ ‘ବିଶ୍ୱାସଘାତକ’ ଟାର୍ଗେଟ

    ଭୁବନେଶ୍ୱର: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ‘ବିଶ୍ୱାସଘାତକ’ ଶବ୍ଦ । ବିଜୁ ବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ନବୀନ ପଟ୍ଟନାୟକ ‘ବିଶ୍ୱାସଘାତକ’ କହି ପରୋକ୍ଷରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜନୀତିରେ କିଛି ଲୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ