ଆଜି ‘ବିଶ୍ୱ ପଖାଳ ଦିବସ’

ଆଜି ‘ବିଶ୍ୱ ପଖାଳ ଦିବସ’ । ଓଡ଼ିଆ ଖାଦ୍ୟ ସମ୍ଭାର ମଧ୍ୟରେ ପଖାଳର ସ୍ଥାନ ସ୍ଵତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ । ଖାଦ୍ୟ ବିବିଧତାର ଏହା ଅନନ୍ୟ ପରିଚୟ। ଓଡ଼ିଶାର ପାରମ୍ପାରିକ ଭୋଜନ ପଖାଳ ଅତ୍ୟନ୍ତ ସ୍ଵାଦିଷ୍ଟ ଏବଂ ଏହା ପ୍ରତ୍ୟେକ ଓଡ଼ିଆର ଭାବାବେଗ ସହ ଓତଃପ୍ରୋତଃ ଭାବେ ଜଡ଼ିତ । ଦିନ ଥିଲା ଗାଉଁଲିର ଝୁମ୍ପୁଡି ଘରେ ଏହାର ପରିଚୟ ଥିଲା ଓ କୃଷକର ପ୍ରମୁଖ ଆହାର ଥିଲା । କିନ୍ତୁ ସମୟ ବଦଳିବା ସହିତ ପଖାଳ ସମସ୍ତଙ୍କ ଆପଣାର ହୋଇପାରିଛି । ଏବେ ତାରକା ହେଟେଲରେ ପଖାଳ ସ୍ବତନ୍ତ୍ର ଡିସ୍‌ ହୋଇଛି ଓ ବଡବଡିଆଙ୍କ ଫେବରେଟ ହୋଇପାରିଛି । ପଖାଳକୁ ସାରା ଦେଶ ଓ ବଶ୍ବରେ ପରିଚିତ କରାଇବା ପାଇଁ ପ୍ରାୟାସ ଜାରି ରହିଛି । ମୁମ୍ବାଇ ଠୁ ଚେନ୍ନାଇ ଆମେରିକାରୁ ଅଷ୍ଟ୍ରେଲିଆ ଯେଉଁଠି ଓଡ଼ିଆ ସେଇଠି ରହିଛି ପଖାଳ କଂସା । ଓଡ଼ିଶାର ପାରମ୍ପରିକ ଏହି ଖାଦ୍ୟକୁ ଲୋକପ୍ରିୟ କରିବାକୁ ପ୍ରତିବର୍ଷ ଆଜିର ଦିନରେ ପ୍ରତିଟି ଓଡ଼ିଆ ପାଳନ କରୁଛନ୍ତି ‘ବିଶ୍ୱ ପଖାଳ ଦିବସ’ ।୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ଟୁଇଟର ଟ୍ରେଣ୍ଡ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରାଯାଉଛି ।ଖରା ଦିନେ ଗରମରୁ ରକ୍ଷା ପାଇବା ପାଇଁ ବା ଟିକିଏ ତୃଷ୍ଣା ନିବାରଣ ପାଇଁ ପ୍ରତି ଓଡ଼ିଆ ଖାଇଥାଏ ପଖାଳ। । ତେବେ ଖାଲି ଖରାଦିନ ନୁହେ ସବୁ ଓଡ଼ିଆଙ୍କ ପ୍ରଥମ ପସନ୍ଦ ଓ ପ୍ରିୟ ଖାଦ୍ୟ ହେଉଛି ପଖାଳ । ୨୧ ମାର୍ଚ୍ଚର ଦିନ ଓ ରାତିର ଅବଧି ସମାନ ରହିଥାଏ । ଏହି ଦିନଠୁ ଦିନର ଅବଧି ବୃଦ୍ଧି ପାଏ । ଏହା ସହ ରୌଦ୍ରତାପ ବୃଦ୍ଧି ଘଟିଥାଏ । ତାପରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ଆଦର କରିଥାନ୍ତି । ୨୧ ମାର୍ଚ୍ଚ ମାନେ ଖରାଦିନ ଆରମ୍ଭ ପୂର୍ବ ଦିନ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ ହେଉଛି । ଏହି ଦିନ ପାଞ୍ଜିରେ ଶୀତଳା ଅଷ୍ଟମୀ ପଡ଼ୁଥିବାରୁ ଉତ୍ତର ଭାରତରେ ପାରମ୍ପରିକ ଭାବେ ମାରୁଆଡ଼ିମାନେ ଶୀତଳା ଦେବୀଙ୍କୁ ପୂଜା କରିଥାନ୍ତି । ଏହି ପୂଜାରେ ପୂର୍ବଦିନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦ୍ରବ୍ୟ ଯାହା ପରଦିନକୁ ଶୀତଳ ଖାଦ୍ୟ ନାମରେ ଅଭିହିତ କରାଯାଏ, ଦେବୀଙ୍କୁ ଭୋଗ ଲଗାଇବା ସହ ପ୍ରସାଦ ଭାବେ ଖାଇବାର ବିଧି ଅଛି । ଏହି ଶୀତଳ ଖାଦ୍ୟ ପଦାର୍ଥ ମଧ୍ୟରେ ପଖାଳ ଅନ୍ୟତମ ।

  • Related Posts

    ରସଗୋଲା ଦିବସ

    ଭୁବନେଶ୍ୱର: ରସଗୋଲା କାହାକୁ ବା ଭଲ ନ ଲାଗେ । ସମ୍ପର୍କରେ ମିଠାପଣ ଭରେ ଉତ୍ସବରେ ମଧୁରତା ଆଣିଥାଏ ସେ ରସଗୋଲା । ଓଡ଼ିଆ ଘରେ ଅତିଥି ଚର୍ଚ୍ଚା ହେଉ କି ଆନନ୍ଦ ଉଲ୍ଲାସର ମୁହୂର୍ତ୍ତ ସବୁଠି ଲୋଡା ପଡ଼େ ରସଗୋଲା…

    ସଂଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା

    ଭୁବନେଶ୍ୱର:ଯାତ୍ରା ଜଗତର ଖଳନାୟକ ସଞ୍ଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା ବା ଅପେରା ମାଷ୍ଟର ସଂଘ(ଓଏମଏ)। ଏକ ପୋଡକାଷ୍ଟରେ ସଞ୍ଜୟ ବିବାଦୀୟ ମନ୍ତବ୍ୟ ଦେଇ ନିଜ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି, ଯାହା ଫଳରେ ଓମା ତାଙ୍କ ବିରୋଧରେ…

    Leave a Reply

    Your email address will not be published. Required fields are marked *

    You Missed

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ