ଆଜି ଭାରତ-ପାକିସ୍ତାନ ଏସିଆ କପ୍‌ ଫାଇନାଲ

ଦୁବାଇ : ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପ୍‌ ଟି-୨୦ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମୁକାବିଲା ଆଜି ଖେଳାଯିବ। ଦୁଇ ପଡୋଶୀ ଦେଶ ମଧ୍ୟରେ ଖେଳାଯାଉଥିବା ସମସ୍ତ କ୍ରିକେଟ ମ୍ୟାଚ୍‌ ହାଇଭୋଲଟେଜ୍‌ ଲଢେ଼ଇ ହୋଇଥାଏ। ଏଣୁ ଆଜିର ଫାଇନାଲ ଯେ ଆଉ ଏକ ହାଇଭୋଲଟେଜ୍‌ ମୁକାବିଲା ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଯେନତେନ ପ୍ରକାରେ ସମସ୍ତ ୬ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଛି। ପାକିସ୍ତାନ ୨ଟି ମ୍ୟାଚ୍‌ ହାରି ଫାଇନାଲରେ ପ୍ରବେଶ କରିଛି। ଏହି ୨ଟି ଯାକ ମ୍ୟାଚ୍‌ ଭାରତ ନିକଟରୁ ଗ୍ରୁପ୍‌-ଏ’ ଲିଗ୍‌ରେ ଓ ସୁପର-୪’ରେ ହାରିଛି ପାକିସ୍ତାନ।
ଏଠାରେ ଖେଳ ଅପେକ୍ଷା ପଡ଼ିଆ ବାହାରର ଘଟଣାବଳୀକୁ ନେଇ ବେଶ ଚର୍ଚ୍ଚା ବେଶି ହୋଇଛି। ଉଭୟ ଦଳ ଅଧିନାୟକ ଟସ୍‌ ବେଳକୁ କିମ୍ବା ମ୍ୟାଚ୍‌ ପରେ ପରସ୍ପର ସହ ହାତ ନ ମିଳାଇବା ଘଟଣା ଘଟିଯାଇଛି। ଅଶୋଭନୀୟ ତଥା ଅଣଖେଳୱାଡ଼ ମନୋଭାବ ପୋଷଣ କରି ଆଇସିସି ଆଚରଣ ସଂହିତା ଉଲ୍ଲଙ୍ଘନ କରିବା ଅଭିଯୋଗରେ ଭାରତୀୟ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଓ ପାକିସ୍ତାନୀ ଫାଷ୍ଟ ବୋଲର ହାରିସ୍‌ ରୌଫ୍‌ ଦଣ୍ଡିତ ହୋଇଛନ୍ତି। ପାକିସ୍ତାନୀ ଓପନର ସାହିବଜାଦା ଫରହାନଙ୍କୁ ଚେତାବନୀ ଦିଆଯାଇଛି। ଏଭଳି ସମସ୍ୟା ମଧ୍ୟରେ ଆଜିର ଫାଇନାଲ କି ପ୍ରକାର ଘଟଣାକୁ ଲୁଚାଇ ରଖିଛି ତାହା ଖେଳ ଶେଷରେ ଜଣାପଡ଼ିବ।ଫାଇନାଲ ମୁକାବିଲା ପୂର୍ବରୁ ଦୁଇ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ପରସ୍ପର ସହ ୨ଥର ଭେଟାଭେଟି ହୋଇଛନ୍ତି। ଉଭୟ ମୁକାବିଲାରେ ଜିତିଛି ଭାରତ। ଉଭୟ ଦଳ ପରସ୍ପର ଖେଳ ଓ ରଣନୀତି ସମ୍ପର୍କରେ ବେଶ ଅବଗତ। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପକ୍ଷରୁ ଦୁଇ ଖେଳାଳି ଯଥା ଭାରତର ୨୫ ବର୍ଷୀୟ ଓପନର ଅଭିଷେକ ଶର୍ମା ଓ ପାକିସ୍ତାନର ୨୫ ବର୍ଷୀୟ ଫାଷ୍ଟବୋଲର ସାହିନ ଆଫ୍ରିଦୀଙ୍କ ଉପରେ ଏହି ମ୍ୟାଚ୍‌ ଅନେକାଂଶରେ ନିର୍ଭର କରୁଛି। ଅଭିଷେକ ଶର୍ମା ୬ଟି ମ୍ୟାଚ୍‌ ଖେଳି ୫୧.୫୦ ହାରରେ ୩୦୯ ରନ୍‌ ସଂଗ୍ରହ କରିଛନ୍ତି। ସୁପର-୪’ର ୩ଟି ମ୍ୟାଚ୍‌ରେ ସେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଙ୍କ ଷ୍ଟ୍ରାଇକ୍‌ରେଟ୍‌। ସେ ୨୦୪.୬୩ ଷ୍ଟ୍ରାଇକ୍‌ ରେଟ୍‌ରେ ଏହି ରନ୍‌ ସଂଗ୍ରହ କରିଛନ୍ତି। ପାକିସ୍ତାନ ବିପକ୍ଷ ୨ଟି ମୁକାବିଲା ମଧ୍ୟରୁ ଲିଗ୍‌ ପର୍ୟ୍ୟାୟରେ ୧୩ ବଲ୍‌ରୁ ୩୧ ଓ ସୁପର-୪ରେ ୩୯ ବଲ୍‌ରୁ ୭୪ ରନ୍‌ କରି ଏକାକୀ ଭାରତକୁ ଜିତାଇବାରେ ସମର୍ଥ ହୋଇଛନ୍ତି। ତାଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ ଭାରତ ପୂରା ନିର୍ଭର କରୁଛି।
ଅନ୍ୟ ପକ୍ଷରେ ଆଫ୍ରିଦୀ ୨ ବର୍ଷ ତଳେ ଯେମିତି ଘାତକ ବୋଲର ଥିଲେ ତାହା ଏବେ ନାହାନ୍ତି। କିନ୍ତୁ ଭାରତଠାରୁ ହାରିବା ପରେ ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷରେ ତାଙ୍କ ବୋଲିଂ ଯୋଗୁଁ ପାକିସ୍ତାନ ବିଜୟୀ ହୋଇଛି। ଉଭୟ ମୁକାବିଲାର ପ୍ରଥମ ଓଭରରେ ଗୋଟିଏ ଓ ପାୱାର ପ୍ଲେ ମଧ୍ୟରେ ୨ଟି ୱିକେଟ ନେଇ ପାକିସ୍ତାନକୁ ବିଜୟୀ କରାଇଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ରେ ସେ ୩ଟି ଲେଖାଏଁ ୱିକେଟ ନେଇଛନ୍ତି। ଏହି ପ୍ରଦର୍ଶନରୁ ସେ ପୂର୍ବର ସାହିନ ବୋଲି ଜଣାପଡ଼ିଛି। ଭାରତ ବିପକ୍ଷରେ ପାକିସ୍ତାନକୁ ବିଜୟୀ ହେବାକୁ ହେଲେ ସାହିନ ଆଫ୍ରିଦୀଙ୍କ ବୋଲିଂ ସଫଳତା ପାଇବା ଆବଶ୍ୟକ।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ