
ଭୁବନେଶ୍ଵର : ଆଜି ମନ୍ତ୍ରୀମାନଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକ ସେବା ଭବନରେ ବସିବ ବୈଠକ। ବର୍ଷ ପୂର୍ତ୍ତି ନେଇ କରିବେ ଆଲୋଚନା। ଜୁନ ୧୨ରେ ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ହେଉଛି। ସେନେଇ ରାଜ୍ୟ ସରକାର କ’ଣ କାର୍ୟ୍ୟକ୍ରମ ହାତକୁ ନେବେ ସେ ବିଷୟରେ ଆଲୋଚନା କରିବେ। ଏହା ସହ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।
ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ବର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ରିପୋର୍ଟ କାର୍ଡ ଓଡିଶାବାସୀଙ୍କ ଆଗରେ ରଖିଥିଲେ। ଏବେ ଦ୍ଵିତୀୟ ବର୍ଷର ଉପଲବ୍ଧି ମଧ୍ୟ ଲୋକଙ୍କ ପାଖରେ ରଖିବେ ରାଜ୍ୟ ସରକାର। ସେନେଇ ଆଜିର ବୈଠକରେ ହେବ ଆଲୋଚନା।

