ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ

ଭୁବନେଶ୍ୱର : ସୋମବାର ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ଭୁବନେଶ୍ୱରର ଛୋଟବଡ଼ ସମସ୍ତ ହନୁମାନ ମନ୍ଦିର। ସରିଲାଣି ସମସ୍ତ ପ୍ରସ୍ତୁତି ଓ ମନ୍ଦିର ସାଜସଜ୍ଜା । କେବଳ ମନ୍ଦିର କାହିଁକି ବଜାରରେ ଖୁନ୍ଦି ହୋଇଯାଇଛି ପୂଜା ସାମଗ୍ରୀ । ଚଉଁରାରେ ବାନ୍ଧିବା ପାଇଁ ଠେକି ଖୋଜନ୍ତୁ କିମ୍ବା ପଣା ପାଇଁ ବେଲ, ସବୁକିଛିର ପସରା ଦେଖିବାକୁ ମିଳୁଛି । ଏହି ପୂଣ୍ୟ ତିଥି ଅବସରରେ ମନ୍ଦିରରେ ହୋମଯଜ୍ଞ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଜମିବ ପଣା ଆସର।

ମହାବିଷୁବ ସଂକ୍ରାନ୍ତିରେ ମହାବୀରଙ୍କ ଜନ୍ମଦିନ ପଡ଼ୁଥିବାରୁ ରାଜଧାନୀର ସମସ୍ତ ହନୁମାନ ମନ୍ଦିରରେ ପ୍ରସ୍ତୁତି ହୋଇଛି। କେଉଁ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ ହେବ ତ କେଉଁଠି ସୁନ୍ଦରାକାଣ୍ଡ । ମନ୍ତ୍ରପାଠ ଓ ହୋମଯଜ୍ଞରେ କମ୍ପିବ ମନ୍ଦିର। ୟୁନିଟି-୧ ରେ ଥିବା ହନୁମାନ ମନ୍ଦିରରେ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ପୁରୋହିତଙ୍କ କହିବା କଥା, ଭୋରରୁ ମଙ୍ଗଳ ଆଳତୀ, ବାଳ ଭୋଗ, ପ୍ରଭୁଙ୍କ ସ୍ନାନ ସହିତ ହୋମଯଜ୍ଞ କରାଯିବ । ଏଥିସହିତ ୧୦୮ ଥର ହନୁମାନ ଚାଳିଶା ପାଠ କରାଯିବ । ଭକ୍ତମାନେ କେମିତି ସୁଚାରୁ ରୂପେ ପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା ହୋଇଛି । ସେହିପରି ୮୦୦ ରୁ ୧୦୦୦ ଲୋକଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଛି । ସିଆରପିରେ ଥିବା ହନୁମାନ ମନ୍ଦିର, ୟୁନିଟି-୨ ସ୍ଥିତ ଡାକ ମହାବୀର, ପଞ୍ଚମୁଖୀ ହନୁମାନ ମନ୍ଦିର ଭଳି ରାଜଧାନୀରେ ଥିବା ଛୋଟବଡ଼ ସମସ୍ତ ମନ୍ଦିରରେ ଧୁମ୍‌ଧାମ୍‌ରେ ପାଳିତ ହେବ ହନୁମାନ ଜୟନ୍ତୀ ।

ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନବବର୍ଷର ଆରମ୍ଭ । ସେଥିପାଇଁ ସୋମବାରଠାରୁ ଚାଲିବ ନୂଆ ପାଞ୍ଜି । ଏହି ସଂକ୍ରାନ୍ତି ପରଠୁ ସୂର୍ୟ୍ୟଙ୍କ ଉତ୍ତାପ ବଢୁଥିବାରୁ ଲୋକମାନେ ଚଉଁରାରେ ବାନ୍ଧିବେ ମାଟି ଠେକି । ସେଥିପାଇଁ ବଜାରରେ ବହୁଳମାତ୍ରାରେ ବିକ୍ରି ହେଉଛି ଭଳିକି ଭଳି ରଙ୍ଗିନ୍‌ ମାଟିର ଠେକି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ