ଆଜି ରଥର ଚକ-ଅଖ ଡେରା ନୀତି

ପୁରୀ: ଆଜ ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ବିଧି ସମ୍ପନ୍ନ ହେବ । ଅର୍ଥାତ୍ ବଡ଼ଦାଣ୍ଡରେ ୩ ରଥର ଚକ ସହ ଅଖ ସଂଯୋଗ ହେବ । ୨ଟି ଲେଖାଏଁ ନାହାକା ଚକରେ ଗୋଟିଏ ଲେଖାଏଁ ନାହାକା ଅଖ ଭୁଞ୍ଜା ହେବ । ସଂଯୁକ୍ତ ଚକ-ଅଖରେ ଲାଗି କରାଯିବ ମହାପ୍ରଭୁଙ୍କ ଆଜ୍ଞାମାଳ । ଏଣୁ ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତ ରହିଛି ୩ ନାହାକା ଅଖ ଓ ୬ ନାହାକା ଚକ । ରଥ ଆଜ୍ଞାମାଳ ବିଜେ ପାଇଁ ପ୍ରାଶାସନିକ ଧାର୍ଯ୍ୟ ସମୟ ରହିଛି ସକାଳ ୯ଟା ୩୦ । ଏପଟେ ରଥ ଖଳାରେ ପହି ନପହଞ୍ଚିବାରେ ଚକ ତିଆରି ଧିମେଇଛି ।
ଭୋଇ ସର୍ଦ୍ଦାର ରବି ଭୋଇ କୁହନ୍ତି, ଭଉରୀଁ ଦିନ ସକାଳ ଧୂପ ସରିଲେ ରଥ ଖଳାକୁ ବିଜେ ହେବେ ଠାକୁରଙ୍କ ଆଜ୍ଞା ମାଳ । ପଟୁଆରରେ ପୂଜାପଣ୍ଡା ସାମନ୍ତମାନେ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ନେଇ ଶ୍ରୀନଅର ସିଂହଦ୍ୱାର ସମ୍ମୁଖକୁ ଆସିବେ । ଏହା ପୂର୍ବରୁ ଆଗେ ଭୋଇ ସେବକମାନେ ରଥ ଖଳାରୁ ନାହାକା ଚକ ବୋହି ଆଣି ଅଖ ସହ ଯଥା ସ୍ଥାନରେ ରଖିଥିବେ । ଆଜ୍ଞାମାଳ ପହଞ୍ଚିଲେ ଚକ ଓ ଅଖ ସଂଯୋଗ କରି ହରିବୋଲ ପଡ଼ିବ । ୩ ରଥର ତିନି ମୁଖ୍ୟ ବିଶ୍ୱକର୍ମା ସଂଯୁକ୍ତ ଚକର ତୁମ୍ବରେ ଖଣ୍ଡୁଆ ପକାଇବେ । ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଲାଗି କରିବେ । ପୁଣି ମୁଖ୍ୟ ବିଶ୍ୱକର୍ମାମାନେ ଆଜ୍ଞାମାଳ ଚକ ଉପରେ ସ୍ଥାପନ କରି ମାହାର୍ଦ୍ଦ ସମର୍ପଣ କରି ଶ୍ରୀଫଳ ଭାଙ୍ଗିବେ । କ୍ରମାନ୍ୱୟରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ରଥ କାର୍ଯ୍ୟ ସମାପନ ହେବ । ଉକ୍ତ ଆଜ୍ଞାମାଳ ଉଲାଗି ହୋଇ ରଥ ଖଳା ଅଧିଶ୍ୱରୀ ଦେବୀ ଚର୍ଚ୍ଚିକା, ଦେବୀ ତାରା ଓ ଭୈରବୀଙ୍କୁ ଲାଗି କରାଯିବ ।

ଆଜି ଅଷ୍ଟାଦଶ ଦିବସରେ ରଥ ଚାଳିରେ ଜାରି ରହିଛି ଠାକୁରଙ୍କ ରଥ ନିର୍ମାଣ । ଭୋଇ ସେବକମାନେ ଯନ୍ତାଗାଡ଼ରେ ପକାଇ ତୁମ୍ବ ବିନ୍ଧରେ ୧୬ ଅର ଭୁଞ୍ଜି ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ୨୨ଟି ସିଙ୍ଗଡ଼ା ପ୍ରସ୍ତୁତ ସରିଛି । କରତୀ ସେବକମାନେ ଉକ୍ତ ସିଙ୍ଗଡ଼ାର ତୁମ୍ବରେ ମେସିନରେ ବିନ୍ଧ ଖୋଦେଇ କରୁଛନ୍ତି । ଚକ କାମ ଆଗେଇ ନେବାକୁ ପହିକୁ ଅପେକ୍ଷା କରାଯାଇଛି । ବିଶ୍ୱକର୍ମାମାନେ ତିନି ରଥର ୧୨ଟି ଓରା ଓ ୨୭ଟି ଜଳଯନ୍ତ୍ର ତିଆରି ସାରିଛନ୍ତି । ରଥରେ ଜଳଯନ୍ତ୍ର ସ୍ଥାପନ ହେଲେ ପାଶ୍ୱର୍ଦେବତା ଅଧିଷ୍ଠିତ ହେବେ । ତିନି ରଥର ସାଲ ଗୁଜ, ତୀଖ ଗୁଜ, କୁଡ଼ୁକା ଓ ଖମ୍ବୀ ତିଆରି ଶେଷ ହେବା ଉପରେ । ଆଗ, ପଛ ଓ ପାଶ୍ୱର୍ ନିରାଡ଼ି କାମ ଶେଷ ହେଉଛି । ରୂପକାରମାନେ ଗୁଜରେ ସିଂହ ବିରାଳ ଖୋଦେଇ ଜାରି ରଖିଛନ୍ତି । ଓଝା ସେବକମାନେ କମାର ଶାଳରେ ରଥ ପାଇଁ ପନ୍ଦାରି, ପନ୍ଦାରିଚାବି ଓ ବଳା ଆଦି ତିଆରି ଚାଳିକୁ ଯୋଗାଉଛନ୍ତି ।

  • Related Posts

    ସିବିଆଇ ଜାଲରେକେନ୍ଦ୍ରୀୟ ଜିଏସଟି ଅଧିକାରୀ

    ଭୁବନେଶ୍ୱର: ସିବିଆଇ ଜାଲରେ ପଡ଼ିଛନ୍ତି ଜଣେ କେନ୍ଦ୍ରୀୟ ଜିଏସଟି (CGST) ଅଧିକାରୀ। ଲାଞ୍ଚ ନେଉଥିବା ବେଳେ CGST ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ନାୟକଙ୍କୁ ମାଡ଼ି ବସିଛି CBI ଟିମ୍। ଜଣେ ବ୍ୟକ୍ତିଙ୍କ ୧୬ ଲକ୍ଷ ଟଙ୍କାର ଜିଏସଟି ରିଫଣ୍ଡ କରାଇଦେବା ବାହାନାରେ…

    Continue reading
    ଭୋଜି ଖାଇ ଝାଡାବାନ୍ତି; ୮୦ ଆକ୍ରାନ୍ତ

    ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ବର୍ତ୍ତିଆ ଗାଁରେ ବାହା ଭୋଜି ଖାଇ ୮୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ପାଇଁ ପାଟଣାଗଡ ରେଫର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଦୁଇ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ